www.samajalive.in
Saturday, December 6, 2025
19.1 C
Bhubaneswar

ଗଡ଼କରୀ ରାଜନୀତି ଛାଡ଼ିବା ନେଇ ଚର୍ଚ୍ଚା

ନାଗପୁର: କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନୀତିନ ଗଡ଼କରୀ ରାଜନୀତି ଛାଡ଼ିବାକୁ ଆଗ୍ରହୀ ଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଦଳର ହାଇକମାଣ୍ଡଙ୍କ ସହ ଗଡ଼କରୀଙ୍କ ସମ୍ପର୍କରେ ତିକ୍ତତା ପରିଲକ୍ଷିତ ହୋଇଥିବା ତଥା ୨୦୨୪ ସାଧାରଣ ନିର୍ବାଚନରେ ତାଙ୍କୁ ଦଳୀୟ ଟିକଟ ମିଳିବ ନାହିଁ ବୋଲି ଆଲୋଚନା ହେଉଛି। ଏକ ସଭାରେ ଗଡ଼କରୀ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ଆଧାର କରି ଏପରି ଚର୍ଚ୍ଚା ଲାଗି ରହିଛି।

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଡ଼କରୀ କହିଥିଲେ ସେ ଦୁଇଥର ନିର୍ବାଚନ ଜିତି ସାରିଛନ୍ତି। ଆଗାମୀ ନିର୍ବାଚନରେ ଯଦି ଭୋଟର ତାଙ୍କୁ ଉପଯୁକ୍ତ ମନେ କରିବେ ଭୋଟ୍‌ ଦେବେ। ​‌େ​‌ତବେ ସେ ଭୋଟ୍‌ ପାଇଁ ଲୋକଙ୍କୁ ଅଧିକ ଅନୁରୋଧ କରିବେ ନାହିଁ। ରାଜନୀତି ଛଡ଼ା ତାଙ୍କର ଅନ୍ୟ କାମ ରହିଥିବାରୁ ସେଥିପ୍ରତି ଅଧିକ ସମୟ ଦେବାକୁ ଚାହୁଁଛନ୍ତି। ତାଙ୍କ ସ୍ଥାନରେ ଆଉ କିଏ ନିର୍ବାଚନ ଲଢ଼ିଲେ ସେ ତାହାକୁ ଗ୍ରହଣ କରି ନେବେ। ଗଡ଼କରୀଙ୍କ ଏପରି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଅଙ୍କକଷା ଆରମ୍ଭ ହୋଇଯାଇଛି।

- Advertisement -

ସୂଚନାଥାଉ କି ପୂର୍ବରୁ ମଧ୍ୟ ଗଡ଼କରୀ ସମାନ ପ୍ରକାର ମନ୍ତବ୍ୟ ଦେଇ ସାରିଛନ୍ତି। ଗତ ଜାନୁଆରୀରେ ଆଦିବାସୀ ମହାସଂଘର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଡ଼କରୀ ସମାନ କଥା କହିଥିଲେ। ​ସେହିପରି ଗତବର୍ଷ ଜୁଲାଇରେ ଗଡ଼କରୀ କହିଥିଲେ ରାଜନୀତି ଛାଡ଼ିବା ଉଚିତ୍‌ ବୋଲି ସେ ଭାବୁଛନ୍ତି। ଜନସାଧାରଣଙ୍କ ପାଇଁ ତାଙ୍କୁ ଅନେକ କିଛି କରିବାର ଥିବାରୁ ରାଜନୀତିରୁ ସନ୍ନ୍ୟାସ ନେଇ ପାରନ୍ତି ବୋଲି ଗଡ଼କରୀ ସୂଚନା ଦେଇଥିଲେ। ଏପରି ମନ୍ତବ୍ୟ ଦେବାର କିଛିଦିନ ପରେ ଗଡ଼କରୀଙ୍କୁ ବିଜେପି ସଂସଦୀୟ ବୋର୍ଡ ଓ କେନ୍ଦ୍ରୀୟ ନିର୍ବାଚନ କମିଟିରୁ ବାଦ୍ ଦିଆଯାଇଥିଲା।

ଗଡ଼କରୀ ରାଜନୀତିରୁ ସନ୍ନ୍ୟାସ ନେବା ପ୍ରସଙ୍ଗରେ ବିଜେପିର ଜଣେ ନେତା କହିଥିଲେ ଯଦି ଗଡ଼କରୀ ରାଜନୀତି ଛାଡନ୍ତି ତେବେ ଏହା ମହାରାଷ୍ଟ୍ର ବିଜେପି ପାଇଁ ବଡ଼ ବିପଦ ସୃଷ୍ଟି କରିବ। ଅନ୍ୟଜଣେ ନେତା ନିଜ ପ୍ରତିକ୍ରିୟାରେ କହିଛନ୍ତି ଦଳର ହାଇକମାଣ୍ଡ ଓ କର୍ମୀମାନେ ଗଡ଼କରୀଙ୍କୁ ରାଜନୀତି ଛାଡ଼ିବାକୁ ଦେବେ ନାହିଁ। ଅନ୍ୟପକ୍ଷରେ ଏ ସମ୍ପର୍କରେ କଂଗ୍ରେସର ଜଣେ ନେତା କହିଥିଲେ ନରେନ୍ଦ୍ର ମୋଦୀଙ୍କ ଏକଛତ୍ରବାଦକୁ ନେଇ ବିଜେପିର ଅନେକ ତୁଙ୍ଗ ନେତା ଅସନ୍ତୁଷ୍ଟ ଅଛନ୍ତି ଏବଂ ସେମାନେ ଦଳ ଛାଡ଼ିବାକୁ ଚାହାନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories