www.samajalive.in
Monday, December 8, 2025
24.1 C
Bhubaneswar

ଅତାବିରାର ତିନି ଜଣ ଶିକ୍ଷକ ପାଇଲେ ନିଶିଗନ୍ଧା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ରେଙ୍ଗାଲିକେମ୍ପ : ଗୁରୁଦିବସ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଖୋର୍ଦ୍ଧା ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଗୁରୁଦିବସ ଓ ଶ୍ରେଷ୍ଠ ଶିକ୍ଷକ ସମ୍ବର୍ଦ୍ଧନା ମହୋତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଅବସର ପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ପ୍ରଧାନ, ଶିବାଜୀ ବିଶି ଓ ପାଣ୍ଡବ ସାମଡଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମଟି ଆଭାସୀ ମାଧ୍ୟମରେ ହୋଇଥିଲା । ଗାଁ ମଲ୍ଲି ସାହିତ୍ୟ ଶିଶୁ ପତ୍ରିକାର ସଂପାଦକ ତଥା ଜଗନ୍ନାଥ ସେବା ପ୍ରତିଷ୍ଠାନର ସଭାପତି ଗୋବିନ୍ଦ ଚନ୍ଦ୍ର ଫାରକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ଚଳଚ୍ଚିତ୍ର କଥାକାର ଡଃ ରଜନୀ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜଗନ୍ନାଥ ସଂସ୍କୃତିର ବିଶାରଦ ଡଃ ଗଣେଶ୍ୱର ସ୍ୱାଇଁ ଓ ବିଶିଷ୍ଟ ସାହିତ୍ୟିକ ଡଃ ବିଭୂତି ଭୂଷଣ ଆଚାର୍ଯ୍ୟ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି ଅତିଥି ପରିଚୟ ଓ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଗୁରୁ ଶିଷ୍ୟ ପରମ୍ପରାକୁ ବଜାୟ ରଖି ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ ଗଠନ କରିବାରେ ନିଜକୁ ହଜେଇ ଦେଇ ଶିକ୍ଷାଦାନକୁ ନିଜର ପେଶା ନ କରି ନିଶା ଭାବେ ଗ୍ରହଣ କରିନେଇଥିବା ୪୬ଜଣ ଶିକ୍ଷକଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ଦିଆଯାଇଥିଲା। ଏହି ଅବସରରେ ଏକ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ପ୍ରାୟ ୫୦ଜଣ କବି କବୟିତ୍ରୀ ଏଥିରେ ସାମିଲ ହୋଇ କବିତା ପାଠ କରିଥିଲେ। ଏହି କବିତା ଆସରକୁ ସଂସଦର ସଂଗଠନ ସମ୍ପାଦିକା ଅନୁସୂୟା ଦେବତା ସଂଯୋଜନା କରିଥିବା ବେଳେ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମକୁ ନିରଦ ଚନ୍ଦ୍ର ଜେନା ପରିଚାଳନା କରିଥିଲେ। ସଂଗଠନ ସମ୍ପାଦକ କୈଳାଶ ଚନ୍ଦ୍ର ପଟ୍ଟନାୟକଙ୍କ ବ୍ରହ୍ମନାଦରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇ ଥିଲା। ଆକାଶବାଣୀର ବିଶିଷ୍ଟ କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ୱାଇଁ ସୁନ୍ଦର ଭଜନ ପରିବେଷଣ କରିଥିଲେ। ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ଜନ୍ମଦାତା, ପ୍ରତିଷ୍ଠାତା ବଳରାମ ତରାଇ ସମ୍ବର୍ଦ୍ଧିତ ହୋଇଥିବା ସମସ୍ତ ଶିକ୍ଷକମାନଙ୍କ ତଥା ଉପସ୍ଥିତ ସମସ୍ତଙ୍କୁ ଗୁରୁଦିବସର ଶୁଭେଚ୍ଛା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମଟି ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ରାତି ୧୦ଟା ୩୦ ମିନିଟ ଯାଏଁ ଚାଲିଥିଲା। ପରିଶେଷରେ ସମ୍ପାଦିକା ସରସ୍ଵତୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories