www.samajalive.in
Tuesday, December 9, 2025
15.1 C
Bhubaneswar

ଚଳିତ ବର୍ଷ ମୁକେଶ ଅମ୍ବାନିକଙ୍କ ସମ୍ପତ୍ତିରେ ୧୭ ବିଲିଅନ ଡଲାର ବୃଦ୍ଧି

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ପରିମାଣ ଚଳିତ ବର୍ଷ ୧୭ ବିଲିଅନ ଡଲାର ବୃଦ୍ଧିପାଇଛି। ସୋମବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ବୃଦ୍ଧି ଘଟିବା ପରେ ମୁକେଶଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୯୪ ବିଲିଅନ ଡଲାରରୁ ସାମାନ୍ୟ କିଛି ଅଧିକ ହୋଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତି ୧୭ ବିଲିଅନ ଡଲାର ବୃଦ୍ଧି ପାଇଥିବାବେଳେ କେବଳ ସପ୍ତାହକ ମଧ୍ୟରେ ଏହି ବୃଦ୍ଧିର ପ୍ରାୟ ଅର୍ଦ୍ଧେକ ତାଙ୍କ ସମ୍ପତ୍ତିରେ ଯୋଗ ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ମୁକେଶ ଅମ୍ବାନିଙ୍କର ପ୍ରାୟ ୫୧% ଅଂଶ ରହିଛି ଏବଂ ଏହି ସେୟାର ମୂଲ୍ୟ ସୋମବାରକୁ ମିଶାଇ ଗତ ୭ଟି କାର୍ଯ୍ୟ ଦିବସରେ ୯% ବୃଦ୍ଧି ଘଟିଛି। ଏହାଦ୍ୱାରା ମୁକେଶଙ୍କ ସମ୍ପତ୍ତିରେ ପ୍ରାୟ ୮ ବିଲିଅନ ଡଲାର ଯୋଗ ହୋଇଛି। ବ୍ଲୁମବର୍ଗ ଇଣ୍ଡେକ୍ସ ଅନୁଯାୟୀ ମୁକେଶ ଅମ୍ବାନି ସଂପ୍ରତି ବିଶ୍ୱର ଏକାଦଶତମ ଧନୀ ବ୍ୟକ୍ତି ଭାବରେ ବିବେଚିତ ହେଉଛନ୍ତି। ୱାରେନ ବଫେଟ ୧୦୩ ବିଲିଅନ ଡଲାରରୁ ଅଧିକ ସମ୍ପତ୍ତି ସହିତ ତାଲିକାର ଶୀର୍ଷରେ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories