ଫାଶୀ ବଳବତ୍ତର: ନିର୍ଭୟା ମାମଲାରେ ପୁନର୍ବିଚାର ମାମଲା ସୁପ୍ରିମ କୋର୍ଟରେ ଖାରଜ

0

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ସୁପ୍ରିମ କୋର୍ଟରେ ହୋଇଥିବା ପୁନର୍ବିଚାର ମାମଲାକୁ ସୁପ୍ରିମ କୋର୍ଟ ଖାରଜ କରିଦେଇଛନ୍ତି। ଏହି ମାମଲାରେ ତଳ କୋର୍ଟ ନିର୍ଭୟା ଗଣବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ଘୋଷଣା କରିବା ସହ ସେମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ଅପରାଧରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କ ମଧ୍ୟରେ ୩ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବ। ଏହି ମାମଲାରେ ସମ୍ପୃକ୍ତ ବିନୟ, ମୁକେଶ ଓ ଅକ୍ଷୟଙ୍କୁ ଫାଶୀଦଣ୍ଡରେ ତଳ କୋର୍ଟ ଦଣ୍ଡିତ କରିଥିଲେ।
୧୬ଡିସେମ୍ବର ୨୦୧୨ରେ ଦିଲ୍ଲୀସ୍ଥିତ ମୁନୀରିକାଠାରେ ୬ଜଣ ବ୍ୟକ୍ତି ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ନିର୍ଭୟାଙ୍କ ଜଣେ ସାଥି ମଧ୍ୟ ଉକ୍ତ ବସରେ ଥିଲେ। ୬ଅଭିଯୁକ୍ତ ନିର୍ଭୟା ଓ ତାଙ୍କ ବନ୍ଧୁଙ୍କୁ ମାଡ଼ ମାରିବା ସହ ନିର୍ଭୟାଙ୍କ ସହ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କ ବନ୍ଧୁଙ୍କୁ ମଧ୍ୟ ମାରଣାନ୍ତକ ଆକ୍ରମଣ କରିଥିଲେ। ପରେ ଉଭୟଙ୍କୁ ଚଳନ୍ତା ବସରୁ ତଳକୁ ଫିଙ୍ଗି ଦିଆଯାଇ ଥିଲା। ୧୮ଡିସେମ୍ବରରେ ଦିଲ୍ଲୀ ପୁଲିସ ଏହି ମାମଲାରେ ୪ଜଣଙ୍କୁ ଗିରଫ କରିଥିଲେ। ରାମ ସିଂହ, ମୁକେଶ, ବିନୟ ଶର୍ମା ଓ ବିନୟ ଗୁପ୍ତାଙ୍କୁ ଗିରଫ କରିଥିଲା। ୨୧ଡିସେମ୍ବରରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକ ଓ ୬ଷ୍ଠ ଅଭିଯୁକ୍ତ ଅକ୍ଷୟ ଠାକୁରଙ୍କୁ ବିହାରରୁ ଗିରଫ କରିଥିଲା। ୨୯ଡିସେମ୍ବର ଦିଲ୍ଲୀ ସଫଦରଜଙ୍ଗ ଡାକ୍ତରଖାନାରେ ନିର୍ଭୟାଙ୍କ ଚିକିତ୍ସା ଚାଲିଥିଲେ ମଧ୍ୟ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବାରୁ ତାଙ୍କୁ ସିଙ୍ଗାପୁରକୁ ସ୍ଥାନାନ୍ତର କରାଯାଇ ଥିଲା। ହେଲେ ସେଠାରେ ନିର୍ଭୟାଙ୍କ ମୃତ୍ୟୁ ହୋଇଥିଲା।
୩ଜାନୁୟାରୀ ୨୦୧୩ରେ ୫ଜଣ ପୂର୍ଣ୍ଣ ବୟସ୍କ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା, ଗଣବଳାତ୍କାର, ଅପହରଣ ପରି ସଙ୍ଗୀନ ଅଭିଯୋଗ ଦାଏର କରିଥିଲେ। ୧୧ମାର୍ଚ୍ଚ ୨୦୧୩ରେ ତିହାଡ଼ ଜେଲରେ ରାମ ସିଂହ ଆତ୍ମହତ୍ୟ କରିଥିଲେ। ୧୩ଡିସେମ୍ବର ୨୦୧୩ରେ ୪ଜଣ ଦୋଷୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲେ। ୨୦ଡିସେମ୍ବର ୨୦୧୫ରେ ସୁଧାର ଗୃହରୁ ନାବାଳିକ ଅଭିଯୁକ୍ତଙ୍କୁ ଛାଡ଼ି ଦିଆଯାଇ ଥିଲା। ଏହାକୁ କେନ୍ଦ୍ର କରି ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ହୋଇଥିଲା। ୯ନଭେମ୍ବର ୨୦୧୭ରେ ମୁକେଶ ପକ୍ଷରୁ ସୁପ୍ରିମ କୋର୍ଟରେ ଉକ୍ତ ମାମଲାର ପୁନର୍ବିଚାର ଆବେଦନ କରାଯାଇ ଥିଲା।

kalyan agarbati
Leave A Reply