www.samajalive.in
Saturday, December 6, 2025
26.1 C
Bhubaneswar

ନିର୍ମଳାଙ୍କ ଋଣ ପେଡ଼ି: ଷ୍ଟ୍ରୀଟ ଭେଣ୍ଡରଙ୍କୁ ୫ହଜାର କୋଟି; ମୁଦ୍ରା ଯୋଜନାରେ ୧୫ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶର ଆର୍ଥିକ ବ୍ୟବସ୍ଥାକୁ ସ୍ବାଭାବିକ କରିବାକୁ ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜକୁ ଗତ ଦୁଇଦିନ ହେଲା ବିସ୍ତୃତ ବ୍ୟାଖ୍ୟା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ରାସ୍ତାକଡ଼ର ବୁଲାବିକାଳି (ଷ୍ଟ୍ରୀଡ଼ ଭେଣ୍ଡର) ଓ ଛୋଟ ବ୍ୟବସାୟୀଙ୍କ ନିମନ୍ତେ ମୁଦ୍ରା ଯୋଜନାରେ ଋଣ ପ୍ରସଙ୍ଗରେ ସୂଚନା ଦେଇଛନ୍ତି ।

- Advertisement -

ଅର୍ଥମନ୍ତ୍ରୀଙ୍କ ସୂଚନା ଅନୁସାରେ ମୁଦ୍ରା ଯୋଜନାରେ୧୫ହଜାର କୋଟି ଟଙ୍କା ଋଣ ପ୍ରଦାନ ଲକ୍ଷ୍ୟ ରଖାଯାଇଛି । ଏହା ଛୋଟ ବ୍ୟବସାୟୀଙ୍କ ଆର୍ଥିକ ବିକାଶକୁ ଅଧିକ ଦୃତତର କରିବ ବୋଲି ସେ ଆଶା ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଭାରତ ନିମନ୍ତେ ଏହି ପ୍ୟାକେଜ ଅଧିକ ଉପଯୋଗୀ ହେବ ।

ଅନୁରୂପ ଭାବରେ ଷ୍ଟ୍ରୀଟ ଭେଣ୍ଡରମାନଙ୍କୁ ୫ ହଜାର କୋଟି ଟଙ୍କାର ଋଣ ପ୍ରଦାନ ଲକ୍ଷ୍ୟ ରଖାଯାଇଛି । ଲକ୍ଡ଼ାଉନ ଯୋଗୁଁ ହାତବାନ୍ଧି ବସିଥିବା ରାସ୍ତା କଡ଼ର ଛୋଟ ବ୍ୟବସାୟୀମାନେ ଏହାଦ୍ବାରା ଉପକୃତ ହେବେ ।

ଅପରପକ୍ଷରେ ୩କୋଟି ଚାଷୀଙ୍କୁ ଶସ୍ତାରେ ୪ଲକ୍ଷ କୋଟି ଟଙ୍କାର ଋଣ ଦିଆଯାଇଛି ବୋଲି ସୀତାରମଣ କହିଛନ୍ତି । ୨୫ଲକ୍ଷ ନୂଆ ଚାଷୀଙ୍କୁ କିଷାନ କ୍ରେଡ଼ିଟ କାର୍ଡ଼ ଦିଆଯାଇଛି । କିସାନ କ୍ରେଡ଼ିଟ କାର୍ଡ଼ରେ ୨୫ହଜାର କୋଟିର ଋଣ ବ୍ୟବସ୍ଥା ହୋଇଛି । କୃଷି ଋଣ ପରିଶୋଧ ଅବଧି ମେ ୩୧କୁ ବୃଦ୍ଧି କରାଯାଇଛି । ମାର୍ଚ୍ଚ ଓ ଏପ୍ରିଲରେ ୬୩ଲକ୍ଷ ଚାଷୀଙ୍କୁ ଋଣ ମିଳିଛି । ୬୩ଲକ୍ଷ ଚାଷୀଙ୍କୁ ୮୬ହଜାର ୬୦୦କୋଟି ଟଙ୍କାର ଋଣ ମିଳିଛି । ନାବାର୍ଡ଼ ଜରିଆରେ ଚାଷୀଙ୍କ ପାଇଁ ୩୦ହଜାର କୋଟିର ଫଣ୍ଡ କରାଯାଇଛି । ରବି ଫସଲ ପାଇଁ ଚାଷୀଙ୍କୁ ଏହି ଫଣ୍ଡରୁ ଋଣ ଦିଆଯିବ । ୩କୋଟି ଚାଷୀଙ୍କୁ ଏଥିରୁ ସୁବିଧା ମିଳିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories