www.samajalive.in
Sunday, December 7, 2025
15.1 C
Bhubaneswar

କରୋନା ଲକ୍ ଡାଉନ : ୩୧ ଶ୍ରମିକଙ୍କ ବିଜୟୱାଡାରୁ ଝାରଖଣ୍ଡକୁ ସାଇକେଲରେ ଯାତ୍ରା

କଣ୍ଟାବାଞ୍ଜି : ସମଗ୍ର ଦେଶରେ କେନ୍ଦ୍ର ସରକାର ଲକ୍ ଡାଉନର ତୃତୀୟ ପର୍ଯ୍ୟାୟ କ୍ରମେ ୩ ତାରିଖରୁ ୧୭ ତାରିଖ ଯାଏଁ ଘୋଷଣା କରିବା ପରେ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ଫସି ରହିଥିବା ୩୧ ଜଣ ମାଛ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଏବେ ଘର ବାହୁଡା ଆରମ୍ଭ କରିଦେଇଛନ୍ତି।

ବିଭିନ୍ନ ରାଜ୍ୟର ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନେଇଛନ୍ତି। ତଥାପି ଫସି ରହିଥିବା ଶ୍ରମିକମାନେ ରାଜପଥ, ରେଲଲାଇଇନରେ ଚାଲି ଚାଲି ତ ଆଉ କେତେକ ବିପଦ ପୂର୍ଣ୍ଣ ଭାବେ ମାଲବାହୀ ଟ୍ରକରେ ଲୁଚି ଛପି ନିଜ ରାଜ୍ୟକୁ ଫେରି ଆସୁଛନ୍ତି। ତାଲା ବନ୍ଦ ଦିନ ଠାରୁ କାମଧନ୍ଦା ବିଭିନ୍ନ କମ୍ପାନୀ ମାନଙ୍କରେ ବନ୍ଦ ହୋଇଯିବାରୁ ବିଭିନ୍ନ ରାଜ୍ୟରେ ଫସିରହିଥିବା ଶ୍ରମିକ ମାନେ ବେରୋଜଗାର ହୋଇ ପଡିଥିବା ବେଳେ ଅନ୍ୟ ପକ୍ଷରେ କରୋନା ଭୂତାଣୁ ସଂକ୍ରମଣର ଭୟ ଦେଖାଦେଇଛି। ସେହି କମ୍ପାନୀ ବନ୍ଦ ହୋଇଯିବାରୁ ଦୀର୍ଘ ଦେଢ ମାସ ହେବ ଭୋକ ଉପାସରେ ଅଧିକାଂଶ ରହିବା ସହ ବହୁ ଦୁର୍ନିତିରେ ଅତିବାହିତ କରୁଥିବା ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ମାଛ କମ୍ପାନୀରେ କାମ କରୁଥିବା ଜଣେ ମହିଳା ସହ ୩୧ ଜଣ କର୍ମଚାରୀ ଝାରଖଣ୍ଡ ରାଜ୍ୟ ଆଦିବାସୀ ସଂପ୍ରଦାୟ ଯୁବକମାନେ ଗତ ୫ ଦିନ ତଳେ ସାଇକେଲରେ ବିଶାଖାପାଟଣା ଦେଇ ଓଡିଶାର ରାୟଗଡା, କଲାହାଣ୍ଡି, ନୂଆପଡା, ବଲାଙ୍ଗୀର ଜିଲାଲ ଦେଇ ନିଜ ଗ୍ରାମ ଗଡୱା ଜିଲାର ବରଘର ଅଞ୍ଚଳ ୧୦୦୦ କି.ମି. ରୁ ଉଦ୍ଧ୍ୱ ସାଇକେଲରେ ଯାତ୍ରା ଆରମ୍ଭ କରି ପ୍ରାୟ ୫୫୦ କି.ମି. ଅତିକ୍ରମ କରିସାରିଲେଣି ।  ଆଜି କଣ୍ଟାବାଞ୍ଜି ଅଞ୍ଚଳ ଦେଇ ଯାତ୍ରା କରୁଥିବା ବେଳେ ସ୍ଥାନୀୟ ପୁଲିସ ସେମାନଙ୍କୁ ସଲଣ୍ଡି ଛକ ନିକଟ ମୂଖ୍ୟ ରାସ୍ତାରେ ଅଟକାଇବା ସହ ଏହି ଖରାମାସ ଉଦୁଉଦିଆ ଖରାରେ ବରଗଛ ତଳେ ଆଶ୍ରୟ ଦେବା ସହ ପୁଲିସ ପକ୍ଷରୁ ଶୁଖିଲା ଖାଦ୍ୟ କିଟ, ପାଣି, ରାସନ ସାମଗ୍ରୀ ଦେବା ସହ ସଲଣ୍ଡି – କାନୁଟ ମଧ୍ୟରେ ଖାଲିଥିବା କମ୍ୟୁନିଟି ହଲରେ ରହିବା ବ୍ୟବସ୍ଥା କରିଥିବା ଏସ.ଡି.ପି.ଓ. ସରୋଜ ମହାପାତ୍ର ସୂଚନା ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲାପାଳ ଓ ପୋଲିସ ଏସ.ପି. ମିଳିତ ଭାବେ ଜିଲା ପ୍ରଶାସନ ତରଫରୁ ଏକ ବସର ବ୍ୟବସ୍ଥା କରିବା ପରେ ଏମାନଙ୍କୁ ଆସନ୍ତା କାଲି ମଧ୍ୟରେ ଝାରଖଣ୍ଡ ପଠାଯିବାର ସୂଚନା ଦେଇଛନ୍ତି। ଏହି ଶ୍ରମିକମାନଙ୍କୁ ଓଡିଶା ସରକାରଙ୍କ ଆତିଥ୍ୟ ଦେବା ସହ ନିଜ ନିଜର ଗ୍ରାମ ଝାରଖଣ୍ଡ ପହଞ୍ଚାଇବା ପାଇଁ ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories