www.samajalive.in
Saturday, December 13, 2025
26.1 C
Bhubaneswar

ନ୍ୟାୟ ପାଇଁ ୭ ବର୍ଷ ୭ ମାସ – ଜାନୁଆରୀ ୨୨ରେ ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଚାରି ଜଣଙ୍କୁ ଚଳିତ ମାସ ୨୨ରେ ଫାଶୀ ଦିଆଯିବ। ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅତରିକ୍ତ ସେସନ୍ସ ଜଜ ସତୀଶ କୁମାର ଅରୋରା ଭିଡିଓ କନଫରେନସିଂ ମାଧ୍ୟମରେ ସମସ୍ତ ଅଭିଯୁକ୍ତଙ୍କ ଉପସ୍ଥିତିରେ ଡେଥ ୱାରଣ୍ଟ ଜାରି କରିଛନ୍ତି। ଜାନୁଆରୀ ୨୨, ବୁଧବାର ସକାଳ ୭ଟାରେ ସେହି ଚାରି ଜଣ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ। ସେହି ତିନି ଅଭିଯୁକ୍ତ ହେଉଛନ୍ତି ଅକ୍ଷୟ ଠାକୁର, ବିନୟ ଶର୍ମା, ମୁକେଶ ସିଂ ଓ ପବନ ଗୁପ୍ତା।

ଆଜି ଏହି ମାମଲାର ଶୁଣାଣି ଆରମ୍ଭ ହେବା ମାତ୍ରେ ନିର୍ଭୟାଙ୍କ ପିତାମାତା ଦୋଷୀମାନଙ୍କ ବିରୁଦ୍ଧରେ ତୁରନ୍ତ ଡେଥ ୱାରଣ୍ଟ ଜାରି କରିବାକୁ ଆବେଦନ କରିଥିଲେ। ତେବେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଭିଯୁକ୍ତମାନଙ୍କୁ ଉପର କୋର୍ଟକୁ ଯିବା ପାଇଁ ୧୪ ଦିନ ସମୟ ଦେଇଛନ୍ତି ଓ ଅଭିଯୁକ୍ତଙ୍କ ଓକିଲ ସର୍ବୋଚ୍ଚ ନ୍ୟାୟାଳୟରେ କ୍ୟୁରେଟିଭ ପିଟିସନ ଦାଖଲ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ କୌଣସି ପରିସ୍ଥିତିରେ ଫାଶୀ ଅଟକିବାର ପ୍ରଶ୍ନ ଉଠୁ ନାହିଁ ବୋଲି ଆଇନଜୀବୀମାନେ ଗଣମାଧ୍ୟମକୁ କହିଛନ୍ତି।

- Advertisement -

୨୦୧୨ ଡିସେମ୍ବର ୧୬ରେ ଏକ ଚଳନ୍ତା ବସରେ ୨୩ ବର୍ଷୀୟ ନିର୍ଭୟା ଓ ତାଙ୍କ ବନ୍ଧୁ ସନ୍ଧ୍ୟା ସମୟରେ ଯାତ୍ରା କରିବା ସମୟରେ ୬ ଜଣ ବ୍ୟକ୍ତି ଅତ୍ୟନ୍ତ ଅମାନୁଷିକ ଭାବେ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାମ ସିଂ ତିହାର ଜେଲରେ ଥିବା ବେଳେ ନିଜ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲା ବେଳେ ଅନ୍ୟତମ ଅଭିଯୁକ୍ତ ନାବାଳକ ଥିବାରୁ ତାକୁ ସୁଧାର ଗୃହରେ ରଖାଯାଇଥିଲା ଓ ତିନି ବର୍ଷ ପରେ ମୁକ୍ତ କରାଯାଇଥିଲା।

ଏହି ମାମଲାରେ ଅଭିଯୁକ୍ତ ଚାରିଜଣ ଦିଲ୍ଲୀ ହାଇକୋର୍ଟଙ୍କ ୨୦୧୪ ମସିହାର ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ସେମାନଙ୍କ ଆବେଦନ ଖାରଜ କରିଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories