www.samajalive.in
Monday, December 8, 2025
13.1 C
Bhubaneswar

ଲୋକାୟୁକ୍ତଙ୍କର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ କଂଗ୍ରେସର ନୈତିକ ବିଜୟ: ନିରଞ୍ଜନ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ସମୟରେ ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍‍ ଓ ଅନ୍ୟାନ୍ୟ କୋଭିଡ୍‍ ସାମଗ୍ରୀ କିଣାରେ କୋଟି କୋଟି ଟଙ୍କା ଦୁର୍ନୀତିରେ ରାଜ୍ୟ ସରକାରଙ୍କର ସଂପୃକ୍ତିକୁ ନେଇ ପ୍ରଦେଶ କଂଗ୍ରେସ କମିଟି ଲୋକାୟୁକ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଲୋକାୟୁକ୍ତ ତାଙ୍କର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇ ଏହି କେଳେଙ୍କାରୀର ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ କରିବା ଘଟଣା କଂଗ୍ରେସ ଦଳର ଏକ ନୈତିକ ବିଜୟ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି ଯେ  ଆଇନ୍‍ର ଅଦାଲତରେ ଆମର ନୈତିକ ବିଜୟ ପରେ ଏହି ଦୁର୍ନୀତି ପ୍ରସଙ୍ଗକୁ ଲୋକଙ୍କ ଅଦାଲତକୁ ନେବାକୁ କଂଗ୍ରେସ ଦଳ ନିରନ୍ତର ଉଦ୍ୟମ ଜାରି ରଖିଛି। ଭିଜିଲାନ୍ସ ତଦନ୍ତର ନିରପେକ୍ଷତାକୁ ନେଇ ପୂର୍ବରୁ ବହୁ ପ୍ରଶ୍ନବାଚୀ ଥିଲେ ମଧ୍ୟ ଦୁର୍ନୀତିର ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ଆମେ ଦୃଢ଼ ଆଶାବାଦୀ। ଏହି ମାସ୍କ, ପିପିଇ କିଟ୍‍ ଓ କୋଭିଡ୍‍ ସାମଗ୍ରୀ କିଣାରେ ହୋଇଥିବା ଦୁର୍ନୀତିରେ ଜରୁରୀକାଳୀନ କ୍ରୟ କମିଟି, ମନ୍ତ୍ରୀସ୍ତରୀୟ କମିଟି ଓ ଏପରିକି କ୍ୟାବିନେଟ୍‍ କମିଟିର ଅନୁମୋଦନ ଥିବା ଘଟଣାକୁ ସରକାରୀ ଅଧିକାରୀମାନେ ଲୋକାୟୁକ୍ତଙ୍କ ଆଗରେ ପରିପ୍ରକାଶ କରିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ହୋଇଥିବାରୁ ଭିଜିଲାନ୍ସ ଅଧିକାରୀମାନେ ସଂପୃକ୍ତ ବ୍ୟକ୍ତିବିଶେଷମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଅତ୍ୟନ୍ତ ଜରୁରୀ ଅଟେ। ରାଜ୍ୟ ସରକାରଙ୍କ ଅସଲ ଚିତ୍ର, ଚେହେରା, ଚରିତ୍ର ଓ ଚାଲ୍‍ର ପର୍ଦ୍ଦାଫାସ ତଦନ୍ତରୁ ସ୍ପଷ୍ଟ ଜଣାପଡିବ ବୋଲି ଶ୍ରୀ ପଟ୍ଟନାୟକ ଆଜିର ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କରିଛନ୍ତି। ୫ଟି ଓ ସ୍ୱଚ୍ଛ ସରକାରର ଫମ୍ପା ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଲୋକଙ୍କ ଟିକସରୁ ଆଦାୟ ଅର୍ଥକୁ ହରିଲୁଟ୍‍ କରିଥିବାର ମସୁଧାକୁ ଓଡିଶାବାସୀ କଦାପି ବରଦାସ୍ତ କରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତପ୍ରକାଶ କରିଛନ୍ତି। ଆସନ୍ତା ଫେବୃଆରୀ ମାସ ମଧ୍ୟରେ ଭିଜିଲାନ୍ସ ଲୋକାୟୁକ୍ତଙ୍କୁ ସବିଶେଷ ତଦନ୍ତର ତଥ୍ୟ ପ୍ରଦାନ ପର୍ଯ୍ୟନ୍ତ କଂଗ୍ରେସ ଦଳ ଓଡିଶାବାସୀଙ୍କ ନିକଟରେ ଉକ୍ତ ପ୍ରସଙ୍ଗକୁ ନେଇ ଜୋରଦାର ଆନ୍ଦୋଳନାତ୍ମକ ପଦକ୍ଷେପ ଜାରି ରଖିବ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପ୍ରାକ୍ତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‍ଗୋ ଓ ପ୍ରାକ୍ତନ ବିଧାୟକ ଶ୍ରୀ ଯଜ୍ଞେଶ୍ବର ବାବୁ ଉପସ୍ଥିତ ଥିଲେ।

- Advertisement -

 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories