www.samajalive.in
Friday, December 5, 2025
26.1 C
Bhubaneswar

ବହୁ ଆଡ଼ମ୍ବରେ ଲଘୁକ୍ରିୟା: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ରଥଯାତ୍ରାର ଚରମ ବିଶୃଙ୍ଖଳତା ଓ ଶ୍ରଦ୍ଧାଳୁମାନଙ୍କ ମୃତ୍ୟୁ ସମ୍ବାଦ ମୋତେ ଭୀଷଣ ଆଘାତ ଦେଇଛି। ଯେଉଁ ଶ୍ରଦ୍ଧାଳୁମାନଙ୍କ ମୃତ୍ୟୁ ଘଟିଲା, ସେମାନଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବାକୁ ମୋର ଭାଷା ନାହିଁ। ଭକ୍ତମାନେ କାହିଁ କେତେ ଦୂରରୁ କଷ୍ଟ ସ୍ବୀକାର କରି ରଥରେ ତିନିଠାକୁରଙ୍କୁ ଦର୍ଶନ କରିବାକୁ ଆସିଥିଲେ। ସେମାନଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରାଇବାକୁ ସରକାର ଅକ୍ଷମ ହେବା ଜାଣି ମୁଁ ଆଶ୍ଚର୍ଯ୍ୟ ହେଉଛି। ବହୁ ଆଡମ୍ବରେ ଲଘୁକ୍ରିୟା ବୋଲି କହି ଶରଧାବାଲି ଅଘଟଣ ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ସେ ଆହୁରି କହିଛନ୍ତି, ସରକାର ଅନଭିଜ୍ଞ। କିନ୍ତୁ ବ୍ୟବସ୍ଥା ତ ଅନଭିଜ୍ଞ ନୁହେଁ। ସେହି ବ୍ୟବସ୍ଥାରେ ସମନ୍ବୟ ରକ୍ଷା କରି ପ୍ରତିବର୍ଷ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ରଥ ଯାତ୍ରା ସଂପନ୍ନ ହୁଏ। ଚଳିତ ଥରର ଏପରି ଅବ୍ୟବସ୍ଥା ଓ ଅଘଟଣ ଦର୍ଶାଉଛି ସରକାରଙ୍କର ବିଭିନ୍ନ ବିଭାଗ ଭିତରେ ସମନ୍ବୟ ନାହିଁ। କେହି କାହାକୁ ମାନିବା ଅବସ୍ଥାରେ ନାହାନ୍ତି। ଯାହାର ଫଳସ୍ୱରୂପ ତିନୋଟି ଅମୂଲ୍ୟ ଜୀବନ ଗଲା ଓ ଅନେକ ଲୋକ ଭୀଷଣ ଭାବେ ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ନିରଞ୍ଜନ କହିଛନ୍ତି, ସରକାରଙ୍କ କୁପରିଚାଳନା ଯୋଗୁଁ ବାରବାଟୀରେ କ୍ରିକେଟ ଖେଳବେଳେ ଆମ ରାଜ୍ୟର ଦୁର୍ନାମ ହୋଇଥିଲା। ଏବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଭକ୍ତ ମୃତାହତ ଯୋଗୁଁ ଆମେ ସାର ବିଶ୍ବରେ ନିନ୍ଦିତ ହେଲୁ। ଏଥିପାଇଁ ସରକାର ଉତ୍ତରଦାୟୀ ହୋଇ ଓଡ଼ିଶାର ଜନସାଧାରଣଙ୍କୁ କ୍ଷମାମାଗିବା ପରିବର୍ତେ ରାଜନୈତିକ ବୟାନ ଦେବା ଅତ୍ୟନ୍ତ ଦୁଃଖ ଦାୟକ। ପ୍ରଥମେ ସରକାରର ମୁଖ୍ୟ ଜଗନ୍ନାଥଙ୍କ ପାଖରେ ନିଜର କୁପରିଚାଳନା ଓ ଅହଂକାର ଯୋଗୁଁ କ୍ଷମା ମାଗିବାରୁ ତାଙ୍କୁ ଧନ୍ୟବାଦ କିନ୍ତୁ ଆଗାମୀ ଦିନରେ ବାହୁଡାଯାତ୍ରାଠାରୁ ଆରମ୍ଭ କରି ସୁନାବେଶ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ କିପରି ଶୃଙ୍ଖଳା ରକ୍ଷା କରାଯାଇପାରିବ, ସେ ସଂପର୍କରେ ଅଭିଜ୍ଞ ଲୋକଙ୍କ ସହ ଆଲୋଚନା ନ’କଲେ ଓଡିଶାବାସୀ ଆହୁରି ଦୁଃଖ ପାଇବେ। ଏହି ଘଟଣାର ତୁରନ୍ତ ବିଚାର ବିଭାଗୀୟ ତଦନ୍ତ କରନ୍ତୁ। ନ’ହେଲେ ମହାମାରୀ ହଇଜାର କଳଙ୍କ ମୁଣ୍ଡାଇଥିବା ଏ ସରକାର ଆହୁରି ଅନେକ ବିପଦରେ ଓଡ଼ିଶା ଲୋକଙ୍କୁ ହନ୍ତସନ୍ତ କରିବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories