www.samajalive.in
Sunday, December 14, 2025
15.1 C
Bhubaneswar

ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ନିମାପଡ଼ା ଏନଏସି ଅମିନ, ୧୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ସମାଜଲାଇଭ ଡେସ୍କ: କୋଠା ନିର୍ମାଣ ଅନୁମୋଦନ ପାଇଁ ଫାଇଲ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବା ଲାଗି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲା ନିମାପଡ଼ା ଏନଏସିର ଅମିନ ବିଜୟ କୁମାର ଗ୍ରହାଚାର୍ଯ୍ୟ। ସେ ଜଣେ ଆବେଦନକାରୀଙ୍କଠାରୁ ୧୭ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଶନିବାର ତାଙ୍କୁ ଧରିଛନ୍ତି।

ଫାଇଲ ଟ୍ରାନ୍ସଫର କରିବା ଲାଗି ବିଜୟ ଆବେଦନକାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ ଦୁଇଟି କିସ୍ତିରେ ୧୩ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ। ୩ୟ ତଥା ଶେଷ କିସ୍ତିରେ ୧୭ ହଜାର ଟଙ୍କା ନେବାବେଳେ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ।

- Advertisement -

ଏନଏସିର ଜଣେ ବ୍ୟକ୍ତି ଘର ନିର୍ମାଣ ଲାଗି ଗତ ମାର୍ଚ୍ଚ ମାସରେ ଅନୁମୋଦନ ପାଇଁ ଆବେଦନ କରିଥିଲେ। କିନ୍ତୁ ଅମିନ ବିଜୟ ତାଙ୍କ ଫାଇଲ ଉପରେ କୌଣସି କାମ ଆରମ୍ଭ କରି ନ ଥିଲେ। କେବଳ ଦିନ ଗଡ଼ାଇ ଚାଲିଥିଲେ। ଶେଷରେ ଏଥିପାଇଁ ସେ ୩୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯାହା ପରବର୍ତ୍ତୀ ସମୟରେ ୩୦ ହଜାର ଟଙ୍କାରେ ଚୂଡ଼ାନ୍ତ ହୋଇଥିଲା। ଆବେଦନକାରୀ ୧୩ ହଜାର ଟଙ୍କା ଦେବା ପରେ ଏ ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଶନିବାର ବିଜୟଙ୍କୁ ଧରିଛି ଭିଜିଲାନ୍ସ। ତାଙ୍କଠାରୁ ୧୭ ହଜାର ଟଙ୍କା ଜବତ ହୋଇଛି। ଏହାପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟଙ୍କ ୨ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories