www.samajalive.in
Thursday, December 11, 2025
18.1 C
Bhubaneswar

ଆଧାର ଓ ଭୋଟ ପରିଚୟ ପତ୍ର ନ ଥିବାରୁ ୨୦ ବର୍ଷ ହେଲା ଦିବ୍ୟାଙ୍ଗଙ୍କୁ ମିଳୁନି ଭତ୍ତା – ସହଯୋଗର ହାତ ବଢାଇଲେ ବ୍ଲକ ଉପାଧକ୍ଷ

ଲାଞ୍ଜିଗଡ- ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଚମ୍ପାଦେଇପୁର ଗାଁର ନୀଳାମ୍ବର ଭୋଇ, ୨୦ ବର୍ଷ ତଳେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ତଙ୍କର ଅଣ୍ଟା ଭାଙ୍ଗିଯାଇଥିଲା । ଏହାପରଠାରୁ ତାଙ୍କର ହାତ ଗୋଡ କାମ କରିବା ବନ୍ଦ କରି ଦେଇଛି । ସେହି ଦନ ଠାରୁ ସେ ଦିବ୍ୟାଙ୍ଗ ହୋଇଯାଇଛନ୍ତି । ନିଜର ଦୈନନ୍ଦିନ କାର୍ଯ୍ୟ କରିବାପାଇଁ ପରିବାରର ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ । ହେଲେ ଏ ପଯ୍ୟନ୍ତ ତାଙ୍କ କୌଣ ଣସି ସରକାରୀ ସହାୟତା ମିଳିନାହିଁ ।

ସେ ଥିଲେ ଘରର ରୋଜଗାରିଆ ପୁଅ । ଦିବ୍ୟାଙ୍ଗ ହେବା ପରେ ବାପା ମାଆଙ୍କ ଆଖିରେ ଲୁହ । ଦିବ୍ୟାଙ୍ଗ ହେବାର ୨୦ ବର୍ଷ ହୋଇ ଗଲାଣି । ଏବେ ନୀଳାମ୍ବରଙ୍କୁ ତାଙ୍କ ବାପା ମାଆ ବାହାରେ ମୂଲ ମଜୁରୀ ଲାଗି ଦେଖାଶୁଣା କରୁଛନ୍ତି । ମାତ୍ର ଭୋଟ ପରିଚୟ ପତ୍ର ନଥିବାରୁ ତାଙ୍କର ଦିବ୍ୟାଙ୍ଗ ଭତ୍ତା ହୋଇପାରୁ ନଥିବା ଅଭିଯୋଗ ହୋଇଛି । ପଞ୍ଚାୟତ କର୍ତ୍ତୃପକ୍ଷ ତାଙ୍କର ଏହି ଅବସ୍ଥା ପ୍ରତି ଧ୍ୟାନ ଦେଇ ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

- Advertisement -

ନୀଳାମ୍ବରଙ୍କୁ ଆଧାର କାର୍ଡ କରିବା ସହ ଦିବ୍ୟାଙ୍ଗ ଭତ୍ତା ଏବଂ ସରକାରୀ ଭାବେ ମିଳୁଥିବା ଚାଉଳ ଦେବାର ବ୍ୟବସ୍ଥା କରିଛନ୍ତି ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ । ପଞ୍ଚାୟତରୁ ତାଙ୍କୁ ସରକାରୀ ଚାଉଳ ମିଳିବାର ବ୍ୟବସ୍ଥା କରିଛନ୍ତି । ୨୦ ବର୍ଷ ପରେ ନୀଳାମ୍ବର ଦିବ୍ୟାଙ୍ଗଙ୍କ ପାଇଁ ଥିବା ସରକାରୀ ସୁବିଧା ପାଇବାର ଆଶା ପୁନର୍ଜୀବିତ ହୋଇଛି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories