www.samajalive.in
Thursday, December 11, 2025
15.1 C
Bhubaneswar

ମାତିଲେ ଏଟିଏମ୍‌ ଲୁଟିଆ, ରାତିରେ ଲୁଟିନେଲେ ୯ଲକ୍ଷ

ନୀଳଗିରି : ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରରେ ଥିବା ଆକ୍ସିସ ବ୍ୟାଙ୍କର ଏଟିଏମ ମେସିନକୁ ଗ୍ୟାସ କଟରରେ କାଟି ଲୁଟିଆ ଦଳ ୯ଲକ୍ଷ ୧୦ହଜାର ୩ଶହ ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଉକ୍ତ କାଉଣ୍ଟର ସମ୍ମୁଖ ଷ୍ଟ୍ରିଟ ଲାଇଟ ଓ ସିସି କ୍ୟାମେରା ବନ୍ଦ କରି ଦୁର୍ବୃତ୍ତମାନେ ଗ୍ୟାସ କଟରରେ ଏଟିଏମ ମେସିନ କାଟି ଟଙ୍କା ଲୁଟିବା ପରେ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ସେମାନେ ୨ଟି ଗ୍ୟାସ ଟାଙ୍କି ଛାଡ଼ି ଦେଇଛନ୍ତି। ଶୁକ୍ରବାର ସକାଳେ ନୀଳଗିରି ଏସ‍ଡିପିଓ ସୁଦାମ ସାହୁ, ଆଇଆଇସି ନଳିତା ମୋଦି ସଦଳବଳେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଦୁର୍ବୃତ୍ତମାନେ ଏଠାରୁ ଲୁଟିବା ପରେ ସନ୍ତରାଗଡ଼ିଆ-ସୋର ରାସ୍ତାରେ ଖସି ପଳାଇଥିବା ଅନୁମାନ କରାଯାଉଛି। ଅପରପକ୍ଷରେ ଉକ୍ତ ବଜାରରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ତଥା ଏଟିଏମ କାଉଣ୍ଟରରେ ବ୍ୟାଙ୍କ ପକ୍ଷରୁ ସିକ୍ୟୁରିଟି ଗାର୍ଡ଼ ଯୋଗାଇ ଦିଆଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସୂଚନାଯୋଗ୍ୟ; କିଛିମାସ ପୂର୍ବରୁ ଉପରୋକ୍ତ ବଜାରରେ ଥିବା ଇଣ୍ଡସଇଣ୍ଡ ଏଟିଏମରୁ ମଧ୍ୟ ଲୁଟ ଉଦ୍ୟମ କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories