www.samajalive.in
Thursday, December 11, 2025
14.1 C
Bhubaneswar

ଅଷ୍ଟ୍ରେଲିଆ କ୍ୱାର୍ଟରକୁ ଉନ୍ନୀତ

ଭୁବନେଶ୍ୱର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟର ପୁଲ୍‍-ବି’ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୧୧-୦ ଗୋଲରେ ଚୀନକୁ ପରାସ୍ତ କରିଛି। ଏହି ବିପୁଳ ବିଜୟ ସହ ଅଷ୍ଟ୍ରେଲିଆ ତିନିଟି ମ୍ୟାଚରୁ ପୁରା ୯ ପଏଣ୍ଟ ପାଇ ଗ୍ରୁପ୍‍ରେ ଶୀର୍ଷ ସ୍ଥାନ ଅଧିକାର କରିବା ସହ ସିଧାସଳଖ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଅଷ୍ଟ୍ରେଲିଆ ପକ୍ଷରୁ ବ୍ଲାକ୍‍ ଗୋଭର୍ସ ହାଟ୍ରିକ ଅର୍ଜନ କରିଥିବାବେଳେ ଟିମ୍‍ ବ୍ରାଣ୍ଡ୍‍ ୨ଟି ଓ ଆରାନ ଜାଲେସ୍କି, ଟମ୍‍ କ୍ରେଗ, ଜେରେମି ହେୱାର୍ଡ, ଜ୍ୟାକ୍‍ ହ୍ୱେଟନ, ଡାଏଲାନ ଉଦରସ୍ପୁନର ଓ ଫ୍ଲିନ୍‍ ଓଗିଲଭି ପ୍ରତ୍ୟେକ ଗୋଟିଏ ଗୋଲ ସ୍କୋର କରିଥିଲେ। ଶୁକ୍ରବାର ଏହି ପୁଲ୍‍ର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ୩-୨ ଗୋଲରେ ଅୟରଲାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ତିନିଟି ମ୍ୟାଚରୁ ୪ ପଏଣ୍ଟ ପାଇ ପୁଲ୍‍ରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ କ୍ରସଓଭର ପାଇଁ ଯୋଗ୍ୟତା ଅର୍ଜନ କରିଛି। ଇଂଲଣ୍ଡ ପକ୍ଷରୁ ଡେଭିଡ୍‍ କଣ୍ଡନ, ଲିଆମ ଆନ୍‍ସେଲ ଓ ଜେମ୍‍ସ ଗଲ୍‍ ଗୋଲ ସ୍କୋର କରିଥିବାବେଳେ ଆୟରଲାଣ୍ଡ ପକ୍ଷରୁ କ୍ରିସ କାର୍ଗୋ ଓ ସେନ୍‍ ଓଡୋନୋଗ୍‍ ଦୁଇଟି ଗୋଲ ପରିଶୋଧ କରିଥିଲେ। ପରାଜୟ ସହ ଆୟରଲାଣ୍ଡ ସମୁଦାୟ ୧ ପଏଣ୍ଟ ପାଇ ଟେବୁଲର ନିମ୍ନରେ ସ୍ଥାନିତ ହୋଇଥିବାବେଳେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଅପରପକ୍ଷରେ ଚୀନ ୨ ପଏଣ୍ଟ ପାଇ ତୃତୀୟ ଦଳଭାବେ କ୍ରସଓଭର ପର୍ଯ୍ୟାୟରେ ପ୍ରବେଶ କରିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories