ସମ୍ବଲପୁର : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷା ସଂସ୍ଥା ନୀଳଚକ୍ର ସମ୍ବଲପୁର ଶାଖା ପକ୍ଷରୁ ଏହାର ଦ୍ୱାଦଶ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଭାଲୁବାହାଲ ସ୍ଥିତ ଶାଖା କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ପ୍ର. ଡ. ଗିରିଜା ଶଙ୍କର ଶର୍ମାଙ୍କୁ ମର୍ଯ୍ୟାଦାଜନକ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥି ସହ ବରିଷ୍ଠ ଡାକ୍ତର ଓ ସମାଜସେବୀ ଡା. ବିନୋଜ ବିହାରୀ ନାଏକଙ୍କୁ କର୍ମୀଯୋଗୀ ଜନସେବକ ସମ୍ମାନ, ଓଡିଆ ସଂସ୍କୃତିର ବାର୍ତ୍ତାବହ ତଥା ସମାଜସେବୀ କାର୍ତ୍ତିକ ପ୍ରସାଦ ବହିଦାରଙ୍କୁ ସଂସ୍କୃତି ରତ୍ନ ସମ୍ମାନ, ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳଙ୍କୁ ସାମ୍ବାଦିକ ରତ୍ନ ସମ୍ମାନ, ବରିଷ୍ଠ ସାମ୍ବାଦିକ କିଶୋର କୁମାର ସାହୁଙ୍କୁ ସାମ୍ବାଦିକ ଜ୍ୟୋତି, ବରିଷ୍ଠ ସାମ୍ବାଦିକ ଦାଶରଥି ବେହେରାଙ୍କୁ ସାମ୍ବାଦିକ ଗୌରବ ସମ୍ମାନ, ବରିଷ୍ଠ ଜ୍ୟୋର୍ତିବିଦ ଶରତ ଚନ୍ଦ୍ର ରଥଙ୍କୁ ପଣ୍ଡିତ ସମ୍ମାନ ଏବଂ ସମାଜସେବୀ ଗୋପାଳ ରାଉତଙ୍କୁ ପରିବେଶପ୍ରେମୀ ସମ୍ମାନ ପ୍ରଦାନ କରାଯାଇଥିଲା। ନୀଳଚକ୍ର ଅନୁଷ୍ଠାନର ଶାଖା ସଭାପତି କଳାରତ୍ନ ବଂଶୀଧର କରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଡ. ଜୟନ୍ତ କରଶର୍ମା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱ ମାନଙ୍କୁ ମାନପତ୍ର, ଟ୍ରଫି, ଉପାଧି ପଦକ, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରବି ନାରାୟଣ ପଣ୍ଡା, ଆଶୁତୋଷ ହୋତା, ଜୀବର୍ଦ୍ଧନ ରାଉତ, ଜୟରାମ ପ୍ରଧାନ, ଦେବାଶିଷ ସାହୁ, ସରୋଜ ସାମନ୍ତରାୟ, ରବି ନାରାୟଣ ମିଶ୍ର, ସଚ୍ଚିଦାନନ୍ଦ ପ୍ରଧାନ, ସ୍ୱର୍ଣ୍ଣରେଖା ସାମନ୍ତରାୟ, ଅମରେନ୍ଦୁ ସକ୍ରିୟ ସହାୟତା କରିଥିଲେ। ଶେଷରେ କାର୍ଯ୍ୟକାରୀ ସଭାପତି କର୍ତ୍ତିକ ପ୍ରସାଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ।




