www.samajalive.in
Saturday, December 13, 2025
21.1 C
Bhubaneswar

ଭି. କେ. ପାଣ୍ଡିଆନଙ୍କୁ ‘ଉତ୍କଳ ରତ୍ନ’ ସମ୍ମାନରେ ସମ୍ମାନୀତ କଲା ପାଇକ ମହାସଂଘ

ଭୁବନେଶ୍ୱର : ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ରାଜ୍ୟ ସଭାପତି ଅଶୋକ ପାଲଟାସିଂହଙ୍କ ନେତୃତ୍ୱରେ ୫ ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଭେଟି ‘ଉତ୍କଳ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଯେଉଁ ସ୍ୱପ୍ନ ଥିଲା ପାଇକ ଏକାଡ଼େମୀ ଗଠନ ଓ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ଦୀର୍ଘ ଦୀନ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ଏଥିନେଇ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକାଡ଼େମୀ ଗଠନ ପାଇଁ ଦାବୀପତ୍ର ପ୍ରଦାନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବ ତାହାକୁ ଗ୍ରହଣ କରି ପାଇକ ଏକାଡ଼େମୀ ଗଠନ କଲେ, ଯାହା ଏ ପାଇକ ଜାତି ପାଇଁ ଏକ ଗୌରବାମୟ ଅଧ୍ୟାୟ। ଏହି ଅବସରରେ ୫ଟି ସଚିବଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇବା ସହିତ ପାଇକ ଆଖଡ଼ାକୁ ସଂସ୍କୃତି ବିଭାଗରୁ ଆଣି ପୂର୍ବବତ୍ କ୍ରୀଡ଼ା ବିଭାଗରେ ସାମିଲ୍ କରିବା ଓ ସ୍କୁଲ୍ କଲେଜରେ ପାଇକ ଆଖଡ଼ାକୁ ସାମିଲ୍ କରି ଏନ୍ସିସି ଓ ସ୍କାଉଟ୍ ଭଳି ମାନ୍ୟତା ପ୍ରଦାନ କରିବା, ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବାକୁ ମାନ୍ୟବର ୫ଟି ଅଧ୍ୟକ୍ଷଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଶାର ପ୍ରଗତୀ ପାଇଁ ୫ ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ‘ଉତ୍କଳ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏ

- Advertisement -

ହି ଅବସରରେ ରାଜ୍ୟ ସଂଯୋଜକ କେଦାରନାଥ ଦାସ, ରାଜ୍ୟ ସଂପାଦକ ପ୍ରଫେସର ଡ଼. ଗାୟନ ସାମଲ, କଟକ ଜିଲ୍ଲା ସଭାପତି ରାଜ କିଶୋର ବେହେରା, ଖୋର୍ଦ୍ଧା ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ବରିଷ୍ଠ ପାଇକ ଗୁରୁ ଭାସ୍କର ସୁନ୍ଦରରାୟ, ଦଳବେହେରା ମନୋରଞ୍ଜନ ପଶ୍ଚିମକବାଟ, ମୁଖପତ୍ର ରାଜୀବ ନୟନ ରଥ, ଜଗତ୍ସିଂହପୁର ଜିଲ୍ଲା ସଭାପତି ବିଦ୍ୟାଧର ନାୟକ, ପୂର୍ବତନ ପୋଲିସ୍ ପ୍ରଶାସକ ବିଜୟ କୁମାର ଆଇଚି, ଉପସଭାପତି ଭୀମସେନ ପାଇକରାୟ, ବିଜୟ କୁମାର ବେହେରା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରଭୃତି ପାଇକ ଗୁରୁମାନେ ଯୋଗଦାନ କରିଥିଲେ। ନବୀନ ନିବାସ ସମ୍ମୁଖରେ ପାଇକ ଆଖଡ଼ା ମାଧ୍ୟମରେ ପାଇକ ଗୁରୁମାନେ ସମରକଳା ପ୍ରଦର୍ଶନ କରିଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories