www.samajalive.in
Saturday, December 13, 2025
26.1 C
Bhubaneswar

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଜଣେ ଗିରଫ

ଗୋପାଳପୁର:ଗୋପାଳପୁର ଥାନା ପୁଲିସ ପକ୍ଷରୁ ନାବାଳିକାକୁ ଦୁଷ୍କର୍ମ ମାମାଲରେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ କଦରପଲ୍ଲୀର ସୁନନ୍ତ ପ୍ରଧାନ ବୋଲି ପୁଲିସ କହିଛି। ସୂଚନା ଯେ ଗୋପାଳପୁର ଥାନା ଅଂଚଳର ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଚଳିତ ମାସ ୧୨ ତାରିଖରେ ଅପହରଣ କରି ନେଇଯାଇଥିଲା। ନାବାଳିକାର ମା ବହୁ ଖୋଜା ଖୋଜି ପରେ ଝିଅ ନ ମିଳିବାରୁ ଗତକାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୋଲିସ କେସ ନଂ ୪୬୭/୨୩ ମାମଲା ରୁଜ୍ଜୁ କରି ସୁନନ୍ତଙ୍କ ଘରୁ ଉଭୟଙ୍କୁ କାବୁ କରି ଡାକ୍ତର ମାଇନା ସହ ବୟାନ ରେକର୍ଡ କରିଥିଲା। ଦୁଷ୍କର୍ମ ମାମଲାରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories