www.samajalive.in
Friday, December 12, 2025
23.1 C
Bhubaneswar

ନିଯୁକ୍ତି ଠକେଇ ରାକେଟ, ୫ ଗିରଫ

ଦାମନଯୋଡ଼ି : ଠିକାଦାରଙ୍କ ଅଧୀନରେ ନାଲକୋରେ ଚାକିରି କରାଇଦେବା ନଁାରେ ଏକ ବଡ଼ ଧରଣର ଠକେଇ ଧରାପଡ଼ିଛି। ୭୦ରୁ ଊର୍ଦ୍ଧ୍ବ ଚାକିରି ଆଶାୟୀ ଯୁବକ,ଯୁବତୀ ଏହି ଠକାମିର ଶିକାର ହୋଇଛନ୍ତି। ପ୍ରତି ପିଲାଙ୍କ ଠାରୁ ଠକ ଦଳ ହାରାହାରି ୩୦ରୁ ୪୦ ହଜାର ଟଙ୍କା ଲେଖାଏଁ ଆଦାୟ କରିଥିବା ସୁନାବେଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ କୁମାର ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ଘଟଣାରେ ସେମିଳିଗୁଡାରୁ ୫ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି।

ଦାମନଯୋଡ଼ି ଆଦର୍ଶ ଥାନାରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ ସୂଚନା ମୁତାବକ ଭୁବନେଶ୍ୱରର ଅରୋଶ୍ରୀ ସ୍କିଲ ଡେଭଲପମେଣ୍ଟ ସେଣ୍ଟର ପ୍ରାଇଭେଟ୍ ଲିମିଟେଡ ନାମରେ ଏକ ସଂସ୍ଥାର ଏମଡି ଥିବା ସନ୍ତୋଷ କୁମାର ବରାଡ ଏହି ଠକେଇର ମୁଖ୍ୟ ଅଭିଯୁକ୍ତ। ସେ ରାୟଗଡ଼ାର ସୁଧୀର କୁମାର ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଏହି କାରବାର ଚଳାଇଥିଲେ। ସୁଧୀରଙ୍କ ପୁଅ ସୁନୀଲ କୁମାର ଚୌଧୁରୀ, ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର କମଳ ମହାନ୍ତି ଓ ଯାଜପୁର ଜିଲା ବରି ଥାନା ଅନ୍ତର୍ଗତ ବାଲିବିଲ ଗ୍ରାମର ଅଭିମନ୍ୟୁ ମିଶ୍ର ମଧ୍ୟ ଏହି ରାକେଟର ଅନ୍ତର୍ଭୁକ୍ତ। ସମସ୍ତ ୫ଅଭିଯୁକ୍ତଙ୍କୁ ସେମିଳିଗୁଡାରୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୨୧ ହଜାର ଟଙ୍କା ସହ ଜାଲ ନିଯୁକ୍ତିପତ୍ର ଓ ଜାଲ ନାଲକୋ ଗେଟ ପାସ, ଜିନ୍ଦଲ, ହାଲ ଓ ନାଲକୋ ଭଳି ବିଭିନ୍ନ କମ୍ପାନୀ ନାମରେ ୧୭ଟି ଷ୍ଟାମ୍ପ (ସିଲ), ଲାପଟପ, ଡେସ୍କଟପ, କଲର ପ୍ରିଣ୍ଟର, ହାର୍ଡ ଡିସ୍କ, ବ୍ୟାନର, ପ୍ରଚାରପତ୍ର ପ୍ରଭୃତି ଜବତ ହୋଇଛି। ସେମାନଙ୍କ ଆକାଉଣ୍ଟ ଓ କେତେ ଟଙ୍କା ଜବତ ହୋଇଛି ଏବଂ ଅନ୍ୟ କିଏ ଘଟଣାରେ ସମ୍ପୃକ୍ତ ଅଛନ୍ତି ଓ ସେସବୁର ତଦନ୍ତ ଚାଲିଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ କହିଛନ୍ତି। ବିଭିନ୍ନ ଜିଲାରୁ ବେକାର ଯୁବକ ଯୁବତୀ ଠକାମୀର ଶିକାର ହୋଇଥିବା ସେ ପ୍ରକାଶ କରିଛନ୍ତି।

- Advertisement -

ତାଙ୍କ କହିବା ମୁତାବକ ଅଭିଯୁକ୍ତମାନେ ଏପ୍ରିଲ୍ ୧ ତାରିଖରେ ସେମିଳିଗୁଡାର ଏକ ହୋଟେଲକୁ ପୂର୍ବରୁ ଟଙ୍କା ଦେଇଥିବା ପିଲାଙ୍କୁ ଡକାଇଥିଲେ। କିଛି ପିଲାଙ୍କୁ ଏହି ଜାଲ ନିଯୁକ୍ତି ପତ୍ର ଓ ଗେଟ ପାସ ଦେଇଥିଲେ। ତେବେ କୌଣସି ସୂତ୍ରରୁ ନାଲକୋ ଅଧିକାରୀ ଏହା ଜାଣିପାରିଥିଲେ। ନାଲକୋ ମାନବ ସମ୍ବଳ ବିଭାଗ ଡିଜିଏମ ଏ ନେଇ ଦାମନଯୋଡି ଥାନାରେ ଗତ ୨ ତାରିଖରେ ଏତଲା ଦେଇ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ।

ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଭିଯୋଗ ପାଇବା ପରେ ଦାମନଯୋଡି, ସୁନାବେଡ଼ା ଓ ସେମିଳିଗୁଡା ଥାନା ଅଧିକାରୀଙ୍କୁ ନେଇ ତଦନ୍ତ ପାଇଁ ଟିମ ଗଠନ କରିଥିଲେ। ଠକାମୀର ଶିକାର ହୋଇଥିବା ବହୁ ଯୁବକ ଯୁବତୀ ଦାମନଯୋଡି ଥାନାକୁ ଆସି ଅଭିଯୋଗ ଦରଜ ସହ କେମିତି ଟଙ୍କା ଫେରି ପାଇବେ ସେନେଇ ଆଲୋଚନା କରିଥିଲେ। ରାଜ୍ୟର ବିଭନ୍ନ ପ୍ରାନ୍ତରୁ ବ୍ୟକ୍ତି ଏହି ଠକେଇ ରାକେଟରେ ଥିବା ସନ୍ଦେହ କରାଯାଉଥିବା ଠକାମୀ ଚେର ବିଭିନ୍ନ ଅଞ୍ଚଳକୁ ବ୍ୟାପିଛି ବୋଲି କିଛି ପିଲା ସାମ୍ବାଦିକଙ୍କୁ କହିଥିଲେ। ଜଣେ ଜଣେ ପିଲା ଲକ୍ଷାଧିକ ଟଙ୍କା ଦେଇଥିବା ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ା କରୋନା କାଳରେ ଅନେକ ଚାକିରି ହରାଇ ମାନସିକ ଅବସାଦରେ ଥିବାବେଳେ ତାହାର ସୁଯୋଗ ନେଇଛନ୍ତି ଏହି ଠକ ଦଳ। ଏପରିକି ସେମାନଙ୍କ ପିତାମାତା ମଧ୍ୟ ପିଲାମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଅାଖି ବୁଜି ଟଙ୍କା ଫୋପାଡ଼ୁଛନ୍ତି ା ଏହି ସାମ୍ପାଦିକ ସମ୍ମିଳନୀରେ ଦାମନଯୋଡ଼ି ଆଦର୍ଶ ଥାନା ଅଧିକାରୀ ଗୌରହରି ସାହୁ ଓ ସନାବେଡ଼ା ଥାନା ଅଧିକାରୀ ସମ୍ବିତ କୁମାର ବେହେରା ଉପସ୍ଥିତ ରହି ସାମ୍ବାଦିକଙ୍କୁ ଅତିରିକ୍ତ ସୂଚନା ଦେଇଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories