www.samajalive.in
Wednesday, December 10, 2025
23.1 C
Bhubaneswar

ଏନ୍‌ଜିଟି ନିର୍ଦେଶ ; ତହସିଲଦାରଙ୍କ ନାଁରେ ଏତଲା ଦିଅ

ବାଲେଶ୍ୱର : ବସ୍ତା ତହସିଲ ଅନ୍ତର୍ଗତ ବେଣାପୁର ଗାଁ’ର ସୁବର୍ଣ୍ଣରେଖା ନଦୀ ଘାଟରୁ ବେଆଇନ ବାଲି ଉଠାଣ ଓ ପରିବେଶଜନିତ କ୍ଷୟକ୍ଷତି ମାମଲାରେ ନ୍ୟାସ୍‌ନାଲ ଗ୍ରିନ ଟ୍ରିବ୍ୟୁନାଲ(ଏନଜିଟି)ଙ୍କ ରାୟ ପୂର୍ବତନ ତହସିଲଦାର ଓ ଲିଜ୍‌ଧାରୀଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। ପରିବେଶ ନିୟମକୁ ଉଲ୍ଲଂଘନ କରି ତତ୍କାଳୀନ ତହସିଲଦାର ସମ୍ପୃକ୍ତ ନଦୀ ଘାଟକୁ ବେଆଇନ ଭାବେ ନିଲାମ ଦେବା ଯୋଗୁ ହୋଇଥିବା ଅପୂରଣୀୟ କ୍ଷତି ପାଇଁ ତହସିଲଦାରଙ୍କୁ ଦାୟୀ କରିଛନ୍ତି ଏନ୍‌ଜିଟି। ଏ ନେଇ ଅଭିଯୁକ୍ତ ତସିଲଦାରଙ୍କ ବିରୋଧରେ ଏତଲା ଦାୟର ସହ କାର୍ଯ୍ୟାନୁଷ୍ଠାନ ପାଇଁ ବାଲେଶ୍ୱର ଜିଲାପାଳଙ୍କୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବେଆଇନ ବାଲି ଉଠାଣ ଯୋଗୁ ହୋଇଥିବା ପରିବେଶ କ୍ଷୟକ୍ଷତିର ଆକଳନ ପାଇଁ ଷ୍ଟେଟ ଲେଭଲ ଏନଭିରମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟି (ଏସଏଲଇଆଇଏଏ)କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ପକ୍ଷରେ ନଦୀ ଘାଟରୁ ବାଲି ଉତ୍ତୋଳନ ଯୋଗୁ ହୋଇଥିବା କ୍ଷତି ପାଇଁ ୧ କୋଟି ଟଙ୍କାର ଜରିମାନା ପ୍ରଦାନ ନିମନ୍ତେ ଲିଜ୍‌ଧାରୀଙ୍କୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଜରିମାନା ରାଶି ପ୍ରଦୂଷଣ ନିୟନ୍ତ୍ରଣ ବିଭାଗରେ ଜମା ଦେବାକୁ ରାୟରେ କୁହାଯାଇଛି। ପ୍ରକାଶ ଥାଉକି, ୨୦୧୭ ମସିହାରୁ ୨୦୨୧ ମଧ୍ୟରେ ତତ୍କାଳୀନ ବସ୍ତା ତହସିଲଦାର ଜନସାଧାରଣଙ୍କ ବିରୋଧ ସତ୍ତ୍ବେ ପରିବେଶ ସୁରକ୍ଷା ଆଇନକୁ ଅବମାନନା ବେଣାପୁରର ସୁବର୍ଣ୍ଣରେଖା ନଦୀ ଘାଟକୁ ନିଲାମ ଦେଇଥିଲେ। ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ପକ୍ଷରୁ ଏନ୍‌ଜିଟିର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଚାଲିଥିବା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories