www.samajalive.in
Monday, December 8, 2025
24.1 C
Bhubaneswar

ଆସନ୍ତା ୩ରୁ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ – ମୋଦୀ

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡିକର ପ୍ରଭାବ ଓ ଏହି ସଂକ୍ରମଣ କେଉଁ ରୂପ ନେଉଛି ତାହା ଆସନ୍ତା ୩ରୁ ୪ ସପ୍ତାହ ମଧ୍ୟରେ ଜଣାପଡିବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କାଳରେ କହିଛନ୍ତି। ମିଳିମିଶି ପଦକ୍ଷେପ ଗ୍ରହଣ କଲେ ଏହି ଆହ୍ୱାନର ମୁକାବିଲା କରିହେବ ବୋଲି ସେ କହିଛନ୍ତି।

ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ଭାରତରେ ପର୍ଯ୍ୟାପ୍ତ ପରିମାଣର ଔଷଧ ଗଛିତ ରହିଛି ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ସୁରକ୍ଷା ଉପକରଣ ଯୋଗାଇଦେବାକୁ ପଦକ୍ଷେପ ନିଆଯାଉଛି। ଦେଶର ବିଭିନ୍ନ ଅଂଚଳରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ ତଥା ଉତ୍ତର-ପୂର୍ବ ଏବଂ କାଶ୍ମୀରର ଛାତ୍ରମାନଙ୍କ ସହ ଅସଦାଚରଣ ଘଟଣାକୁ ମୋଦୀ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏଭଳି ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆବଶ୍ୟକ।

- Advertisement -

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ମଧ୍ୟ ଲକଡାଉନ୍ ଉଲ୍ଲଂଘନକୁ ରୋକିବା ଏବଂ ସାମାଜିକ ଦୂରତା ଅନୁସରଣ କରାଯିବା ଆବଶ୍ୟକ ବୋଲି କହିଛନ୍ତି। ଏଭଳି ଜରୁରୀ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଓ ଗଛିତ ରଖିବା କ୍ଷେତ୍ରରେ କଠୋର ପଦକ୍ଷେପ ନେବାକୁ ସେ କହିଛନ୍ତି। ସେହିପରି ମଣ୍ଡିରେ ଭିଡ଼କୁ ରୋକିବା ପାଇଁ ପ୍ରତ୍ୟକ୍ଷ ମାର୍କେଟିଂକୁ ପ୍ରୋତ୍ସାହିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଫଳରେ କୃଷକମାନଙ୍କୁ ଦ୍ୱାର ଦେଶରେ ଉତ୍ପାଦ ବିକ୍ରୟ କରିବାରେ ସହଜ ହେବ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories