ଭଦ୍ରକ : ରାଜ୍ୟରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ଗୋଟିଏ ପରେ ଗୋଟିଏ କୋଭିଡ ହସ୍ପିଟାଲ ଖେଲିବାରେ ଲାଗିଛି । ଏହି କ୍ରମରେ ଶନିବାର ଭଦ୍ରକରେ ଏକ କୋଭିଡ-୧୯ ହସ୍ପିଟାଲର ଶୁଭାରମ୍ଭ ହୋଇଛି ।
୧୨୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ ହସ୍ପିଟାଲ ପାଇଁ ଜାତୀୟ ତାପଜ ବିଦ୍ୟୁତ ପ୍ରକଳ୍ପ ବା ଏନଟିପିସି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସାଳନ୍ଦୀ ହାସ୍ପାତାଳ କର୍ତୃପକ୍ଷଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି। ଏହି ଏକକ ହାସ୍ପାତାଳ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ସଂପ୍ରସାରିତ ଅଂଶ। ଏଠାରେ ଭେଂଟିଲେଟର ସହିତ ୪ଟି ଆଇସିୟୁ ଉପଲବ୍ଧ ହେଉଛି ।
ଅନ୍ୟପକ୍ଷରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି। ସେହିପରି ଜୁନ୍ ୧୭ ତାରିଖ ପରେ ସ୍କୁଲ କଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ରାଜ୍ୟ କ୍ୟାବିନେଟ ନିଷ୍ପତି ନେଇଛନ୍ତି ।
ଭଦ୍ରକରେ ଖୋଲିଲା କୋଭିଡ ହସ୍ପିଟାଲ
Popular Categories



