www.samajalive.in
Saturday, December 13, 2025
21.1 C
Bhubaneswar

ବିଶ୍ୱ ହୃଦୟ ଦିବସ : ହୃଦୟକୁ ସର୍ବଦା ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ସଠିକ ଉପାୟରେ ଓ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ହୃଦୟକୁ ଏହା ସୁସ୍ଥ ରଖିବା ପାଇଁ ବେଶ ସହାୟକ ହୋଇଥ।।ଏ। ଜାଣନ୍ତୁ …
ଆଳୁ- ଯଦି ଆପଣ ଆଳୁକୁ ତେଲରେ ଛାଣି ଖାଉଛନ୍ତି , ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ମାତ୍ର ଆଳୁ ତେଲରେ ନଛାଣି ଏହାକୁ ଖାଇବା ଦ୍ୱାରା ଏହା ହୃଦୟ ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଥାଏ, ଯାହା ଆମ ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ଏଥିରେ ଫାଇବରର ମାତ୍ରା ମଧ୍ୟ ରହିଛି, ଯାହା ହୃଦୟ ଜନିତ ବିଭିନ୍ନ ରୋଗକୁ ଦୂରେଇ ରଖିବାରେ ସହାୟକ ହୋଇଥାଏ।
ବ୍ରୋକୋଲି, ପାଳଙ୍ଗ, କୋବି
ଯଦି ଆପଣଙ୍କୁ ସବୁଜ ପନିପରିବା ଖାଇବା ପସନ୍ଦ ନୁହେଁ ତେବେ ଏବେ ଠାରୁ ଏହାକୁ ଖାଇବାକୁ ଆରମ୍ଭ କରି ଦିଅନ୍ତୁ। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀର ପାଇଁ ଆଣ୍ଟି-ଅକ୍ସିଡ଼ାଣ୍ଟ ଭଳି କାର୍ଯ୍ୟ କରିଥାଏ। ଯାହା ଦ୍ୱାରା ଶରୀରରୁ କ୍ଷତିକାରକ ଜୀବାଣୁ ଦୂର ହୋଇ ଯାଆନ୍ତି।
ଟମାଟୋ – ଯେଭଳି ଆଳୁରେ ପୋଟାସିୟମ ରହିଥାଏ, ସେଭଳି ଟମାଟୋରେ ମଧ୍ୟ ପୋଟାସିୟୟ ରହିଛି। ଯାହା ହୃଦୟ ପାଇଁ ବେଶ ହିତକାରକ। ଏଥିରେ ଥିବା ପୋଷକ ତତ୍ତ୍ୱ କୋଲେଷ୍ଟେରୋଲରୁ ମୁକ୍ତି ଦେଇଥାଏ। ଏହାସହ ରକ୍ତ ନଳୀରେ ରକ୍ତ ସଠିକ ଭାବେ ସଞ୍ଚାଳନ କରିବା ପାଇଁ ସହାୟକ ହୋଇଥାଏ। ଏହି କାରଣରୁ ଆମେରିକା ଲୋକେ ଅଧିକ ଟମାଟୋ ଖାଇଥାଆନ୍ତି। ତେଣୁ ତରକାରୀ ଓ ସାଲାଡ଼ରେ ନିୟମିତ ଟମାଟୋ ନିଶ୍ଚୟ ଖାଆନ୍ତୁ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories