www.samajalive.in
Saturday, December 13, 2025
21.1 C
Bhubaneswar

ସୁନ୍ଦର ତ୍ୱଚାର ରହସ୍ୟ ଡାଳିମ୍ବ ଚୋପା,ବାଦାମ

ଫଳ ଖାଇବା ତ୍ୱଚା ପାଇଁ ଖୁବ ହିତକାରକ ବୋଲି ଶୁଣିଥିବେ, ବିଭିନ୍ନ ଫଳ ମଧ୍ୟରୁ ଡ଼ାଳିମ୍ବ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହାକୁ ଖାଇବା ପରେ ଆମେ ସାଧାରଣତଃ ଏହାର ଚୋପାକୁ ପକାଇ ଦେଇଥାଉ। ମାତ୍ର  ଏହି ଚୋପା ତ୍ୱଚାର ସୁନ୍ଦରତାକୁ ଯେ ଦ୍ୱିଗୁଣିତ କରି ଦିଏ, ତାହା ହୁଏତ ଆପଣ ଜାଣି ନଥିବେ। ଜାଣନ୍ତୁ ଏହା ବିଷୟରେ……
ଡ଼ାଳିମ୍ବ ଚୋପାର ମାସ୍କ ଲଗାଇବା ଦ୍ୱାରା ମୁହଁର ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ। ମୁହଁକୁ ସୁନ୍ଦର ଓ ଉଜ୍ଜ୍ୱଳ କରିଥାଏ।
ଡ଼ାଳିମ୍ବର ଚୋପାରେ ବହୁ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ଭରପୁର ମାତ୍ରାରେ ରହିଛି। ଏହାର ଚୋପାର ଫେସ ପ୍ୟାକ୍‍ ଲଗାଇବା ଦ୍ୱାରା ତ୍ୱଚାକୁ ବିଭିନ୍ନ ପ୍ରକାର ସକ୍ରମଣରୁ ରକ୍ଷା କରିପାରିବା। ଏହି ଫେସ ପ୍ୟାକ ପ୍ରସ୍ତୁତ କରିବା ପାଇଁ ଡ଼ାଳିମ୍ବର ଚୋପାକୁ ଶୁଖାଇ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏହି ଗୁଣ୍ଡରେ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ।
ତ୍ୱଚାରେ ଥିବା ବିଭିନ୍ନ ଦାଗକୁ ଦୂର କରିବା ପାଇଁ ଡାଳିମ୍ବର ମଞ୍ଜିକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏଥିରେ ଦହି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ଶୁଖିବା ଯାଏଁ ଛାଡ଼ି ଦିଅନ୍ତୁ। ଶୁଖିବା ପରେ ମୁହଁକୁ ଧୋଇ ଦିଅନ୍ତୁ।
ତିନୋଟି ବାଦାମ କ୍ଷୀରରେ ପକାଇ ଭିଜେଇ ଦିଅନ୍ତୁ। ବାଦାମ ଫୁଲି ଗଲା ପରେ ତାକୁ ଭଲ ଭାବରେ ପେଶି ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ। ସକାଳେ ଉଠି ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ତ୍ଵଚାର ଚମକ ବଜାୟ ରହିଥାଏ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories