www.samajalive.in
Monday, December 8, 2025
13.1 C
Bhubaneswar

ହରିହରନ୍‌‌ଙ୍କ ଏହି ଭଜନ ପାଇଁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଗାୟକ ହରିହରନ୍‌‌ଙ୍କ ଭଗବାନ ରାମଙ୍କ ଭଜନ ‘ସବନେ ତୁମହେ ପୁକାରା ଶ୍ରୀରାମ ଜୀ’ର ଖୁବ୍‌‌ ପ୍ରଂଶସା କରିଛନ୍ତି। ପ୍ରଧାନମନ୍ତ୍ରୀ ମଙ୍ଗଳବାର ସୋସିଆଲ ମିଡିଆ ‘ଏକ୍ସ’ରେ ଗାୟକ ହରିହରନଙ୍କର  ଭଗବାନ ରାମଙ୍କ ଏହି ଭଜନର ପ୍ରଂଶସା କରି ଖୁସି ବ୍ୟକ୍ତ କରିଛନ୍ତି। ଲୋକଙ୍କୁ ଏହି ଭଜନର ଆନନ୍ଦ ନେବାକୁ ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ଭଜନର ପ୍ରଂଶସା କରିବା ପରେ ହରିହରନ ମଧ୍ୟ ଖୁସିରେ ଆତ୍ମବିଭୋର ହୋଇଛନ୍ତି। ଏହାସହ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହି ଭଜନଟି ପ୍ରାୟ ୨୦ ରୁ ୨୫ ବର୍ଷ ପୁରୁଣା। ମୁଁ ଏହାକୁ ୨୦ ବର୍ଷ ପୂର୍ବରୁ ଗାଇଥିଲି। ପ୍ରଧାନମନ୍ତ୍ରୀ ଏହି ଭଜନ ଶୁଣି ଏହା ବିଷୟରେ ଲେଖିଛନ୍ତି ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି।


ହରିହରନ୍ ଆହୁରି ମଧ୍ୟ କହିଛନ୍ତି ୨୨ ଜାନୁଆରୀ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ନିମନ୍ତ୍ରଣ ମଧ୍ୟ ମିଳିଛି। ଅଭିନେତା କହିଛନ୍ତି, ‘ମୁଁ ଜାନୁଆରୀ ୨୨ରେ ଅଯୋଧ୍ୟା ଯିବାକୁ ନିମନ୍ତ୍ରଣ ପାଇଛି। ମୋର ଜଣେ ସାଙ୍ଗ ସହିତ ସେଠାକୁ ଯିବି। ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛି ଏବଂ ତାଙ୍କର କିଛି କାର୍ଯ୍ୟକ୍ରମରେ ଗୀତ ଗାଇଥିଲି, କିନ୍ତୁ ସେ ଗୀତ ବିଷୟରେ ଯେଉଁଭଳି ଭାବରେ ଉଲ୍ଲେଖ କରିଛନ୍ତି , ସେଥିପାଇଁ ସେ ବହୁତ ଖୁସି ବୋଲି କହିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories