www.samajalive.in
Wednesday, December 10, 2025
14.1 C
Bhubaneswar

୯ ମାସରେ ନବରଙ୍ଗପୁର ପାଇଁ ୪୫୦କୋଟି ମଞ୍ଜୁର -୫ଟି ଅଧ୍ୟକ୍ଷ

ନବରଙ୍ଗପୁର: ନବରଙ୍ଗପୁର ଜିଲା ରାଇଘର ବିକାଶର ସମୀକ୍ଷା କରିଛନ୍ତି ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଗତ ମାର୍ଚ୍ଚ ମାସରେ ଜିଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଷୟରେ ଅଗତ କରାଇଥିଲେ ୫ଟି ଅଧ୍ୟକ୍ଷ । ଏହି ୯ ମାସ ମଧ୍ୟରେ ଜିଲାକୁ ୪୫୦କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଉମରକୋଟ ପାଇଁ ୨ଶହ କୋଟି ମଞ୍ଜୁର ହୋଇଛି। ଜିଲାର ତେନ୍ତୁଳିଖୁଣ୍ଟି, କୋଷାଗୁମୁଡା, ଜାଡିଗାଁ ରାଇଘରରେ ଖୁବଶୀଘ୍ର ଡିଗ୍ରୀ କଲେଜ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ସ୍ଥାନୀୟ ଲୋକେ ଦେଇଥିବା ଦରଖାସ୍ତର ବିଚାର କରାଯାଇ ୧୦ ଦିନ ମଧ୍ୟରେ ଖୁସି ଖବର ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ୫ଟି ଅଧ୍ୟକ୍ଷ। ଏହାପରେ ଲକ୍ଷ୍ମୀପୁର ସାଧାରଣ ସଭାରେ ୫ଟି ଅଧ୍ୟକ୍ଷ ଯୋଗ ଦେଇଥିଲେ। ବିଏସକେୱାଇ କାର୍ଡ ଲାଗି ପଞ୍ଜିକରଣ ଚାଲିଥିବା ବେଳେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଆବେଦନ ଚାଲିବ। ଏହି ସମୟ ମଧ୍ୟରେ ଆବେଦନ କରିବାକୁ ୫ଟି ଅଧ୍ୟକ୍ଷ କହିଛନ୍ତି। ଏହାସହିତ ଆସନ୍ତା ୨ ମାସ ମଧ୍ୟରେ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ଖୋଲିବ। ମଧୁବାବୁ ଭତ୍ତା ରାଶି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଖୁସି ଖବର ଦେବେ ବୋଲି ପାଣ୍ଡିଆନ ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories