www.samajalive.in
Sunday, December 7, 2025
23.1 C
Bhubaneswar

୯ ମାସରେ ନବରଙ୍ଗପୁର ପାଇଁ ୪୫୦କୋଟି ମଞ୍ଜୁର -୫ଟି ଅଧ୍ୟକ୍ଷ

ନବରଙ୍ଗପୁର: ନବରଙ୍ଗପୁର ଜିଲା ରାଇଘର ବିକାଶର ସମୀକ୍ଷା କରିଛନ୍ତି ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଗତ ମାର୍ଚ୍ଚ ମାସରେ ଜିଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଷୟରେ ଅଗତ କରାଇଥିଲେ ୫ଟି ଅଧ୍ୟକ୍ଷ । ଏହି ୯ ମାସ ମଧ୍ୟରେ ଜିଲାକୁ ୪୫୦କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଉମରକୋଟ ପାଇଁ ୨ଶହ କୋଟି ମଞ୍ଜୁର ହୋଇଛି। ଜିଲାର ତେନ୍ତୁଳିଖୁଣ୍ଟି, କୋଷାଗୁମୁଡା, ଜାଡିଗାଁ ରାଇଘରରେ ଖୁବଶୀଘ୍ର ଡିଗ୍ରୀ କଲେଜ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ସ୍ଥାନୀୟ ଲୋକେ ଦେଇଥିବା ଦରଖାସ୍ତର ବିଚାର କରାଯାଇ ୧୦ ଦିନ ମଧ୍ୟରେ ଖୁସି ଖବର ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ୫ଟି ଅଧ୍ୟକ୍ଷ। ଏହାପରେ ଲକ୍ଷ୍ମୀପୁର ସାଧାରଣ ସଭାରେ ୫ଟି ଅଧ୍ୟକ୍ଷ ଯୋଗ ଦେଇଥିଲେ। ବିଏସକେୱାଇ କାର୍ଡ ଲାଗି ପଞ୍ଜିକରଣ ଚାଲିଥିବା ବେଳେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଆବେଦନ ଚାଲିବ। ଏହି ସମୟ ମଧ୍ୟରେ ଆବେଦନ କରିବାକୁ ୫ଟି ଅଧ୍ୟକ୍ଷ କହିଛନ୍ତି। ଏହାସହିତ ଆସନ୍ତା ୨ ମାସ ମଧ୍ୟରେ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ଖୋଲିବ। ମଧୁବାବୁ ଭତ୍ତା ରାଶି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଖୁସି ଖବର ଦେବେ ବୋଲି ପାଣ୍ଡିଆନ ସୂଚନା ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories