www.samajalive.in
Wednesday, December 10, 2025
16.1 C
Bhubaneswar

ସାରା ଦେଶରେ କରୋନା ଟୀକାକରଣ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଆମ ବୈଜ୍ଞାନିକଙ୍କୁ ସବୁ ସଫଳତାର ଶ୍ରେୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ ବହୁ ପ୍ରତିକ୍ଷିତ କରୋନା ଟୀକାକରଣର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ଦେଶର ୩୬୦୦ଟି ଟୀକାକରଣ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ଟିକା ବିକାଶରେ ଜଡିତ ଓ ଗବେଷଣାରତ ସମସ୍ତ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି।

- Advertisement -

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଟିକା ବିକଶିତ କରିବା ପାଇଁ ବହୁ ବର୍ଷ ଲାଗିଥାଏ କିନ୍ତୁ ଆମ ବୈଜ୍ଞାନିକମାନେ ବହୁତ କମ ସମୟରେ ମେଡ଼ ଇନ ଇଣ୍ଡିଆ ଅଧୀନରେ ଦୁଇ ଦୁଇଟି କରୋନା ଟୀକାର ବିକାଶ କରିବାରେ ସଫଳ ହୋଇଛନ୍ତି। ସେ ଜନସାଧାରଣଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସମସ୍ତେ ଏହି ଟୀକାର ଦୁଇଟି ଡୋଜ ନେବା ଅତ୍ୟନ୍ତ ଜରୁରୀ ଅଟେ। ଏହି ଟୀକାର ଦୁଇଟି ଡୋଜ ମଧ୍ୟରେ ପ୍ରାୟତଃ ଏକ ମାସର ବ୍ୟବଧାନ ରହିବ ଓ ଦ୍ଵିତୀୟ ଡୋଜ ନେବାର ୨ ସପ୍ତାହ ପରେ ଶରୀରରେ କରୋନାକୁ ପ୍ରତିହତ ନିମନ୍ତେ ପ୍ରତିରୋଧକ ସୃଷ୍ଟି ହେବ।

ପୂର୍ବରୁ ଏହି ଭଳି ଟୀକାକରଣ ହୋଇସାରିଛି ବୋଲି କହିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଏ ବିଶ୍ୱର ଏଭଳି ୧୦୦ରୁ ଅଧିକ ଦେଶ ରହିଛି ଯେଉଁମାନଙ୍କ ଜନସଂଖ୍ୟା ୩ କୋଟିରୁ କମ ଅଟେ। ସେ କହିଛନ୍ତି, ଭାରତ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟୀକାକରଣ କରିବାକୁ ଯାଉଛି। ଏହାର ଦ୍ଵିତୀୟ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟୀକାକରଣ କରାଯିବ। ଯେଉଁମାନେ ବୟସ୍କ ଓ ଯେଉଁମାନେ ରୋଗଗ୍ରସ୍ତ ସେମାନଙ୍କୁ ଏହି ପର୍ଯ୍ୟାୟରେ ଟୀକାକରଣ କରାଯିବ। ସେ କହିଛନ୍ତି ଯେ ଏହା ଆମ ପାଇଁ ଚିନ୍ତା କରିବାର ସମୟ କାରଣ ୩୦ କୋଟିରୁ ଅଧିକ ଜନସଂଖ୍ୟା ଥିବା ୩ଟି ଦେଶ ଭାରତ, ଚୀନ ଓ ଆମେରିକା ରହିଛି। ଆମ ଦେଶର ବୈଜ୍ଞାନିକ, ଆମ ମେଡିକାଲ ବ୍ୟବସ୍ଥା ଓ ଚିକିତ୍ସା ପ୍ରକ୍ରିୟା ସାରା ବିଶ୍ୱରେ ଅତ୍ୟନ୍ତ ବିଶ୍ୱସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟିକାକରଣର ଶୁଭାରମ୍ଭ କରି ଦେଶବାସୀଙ୍କୁ ଉଦବୋଧନ ଦେବା ବେଳେ ଭାବବିହ୍ୱଳ ହୋଇ ପଡ଼ିଥିଲେ। ଯେଉଁ ଲୋକମାନେ କରୋନା କାଳରେ ଘରକୁ ଫେରିପାରିନାହାନ୍ତି ଓ କାରନାରେ ପ୍ରାଣ ହରାଇଛନ୍ତି, ସେମାନଙ୍କ କଥା କହିବା ବେଳେ ଶ୍ରୀ ମୋଦୀଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା। ସେ ଦେଶବାସୀଙ୍କୁ କହିଛନ୍ତି ଯେ ଦେଶ ତାହାର ଉନ୍ନତ କାର୍ଯ୍ୟାନ୍ୱୟନ ପ୍ରଣାଳୀ ଯୋଗୁ ଆଜି ବିଶ୍ୱାସ ହାସଲ କରିବାରେ ସଫଳ ହୋଇଛି। ସେ ଆହ୍ୱାନ ଦେଇଛନ୍ତି ଯେ ଆମେ ଆମ ଭିତରେ ଥିବା ଆତ୍ମବିଶ୍ଵାସକୁ କେବେ ବି କମ ହେବାକୁ ଦେବା ନାହିଁ।

କରୋନା ମହାମାରୀ ସମୟରେ ଯେତେବେଳେ ନିରାଶାର ବାତାବରଣ ରହିଥିଲା, ସେତେବେଳେ ଆମ ଡାକ୍ତର, ପାରାମେଡିକାଲ କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର, ଆଶା କର୍ମୀ, ସଫାଈ କର୍ମଚାରୀ, ପୁଲିସ ଓ ଆଗ ଧାଡ଼ିର ଯୋଦ୍ଧା ଆମ ପାଇଁ ଆଶା ସଂଚାର କରିଥିଲେ। ଶ୍ରୀ ମୋଦୀ କହିଛନ୍ତି, ଭାରତ ୨୪ ଘଣ୍ଟିଆ ସତର୍କ ବ୍ୟବସ୍ଥା ମାଧ୍ୟମରେ ପ୍ରତିଟି ଘଟଣା ଉପରେ ସଠିକ ପଦକ୍ଷେପ ଗ୍ରହଣ ଆଜି ସଫଳତା ପାଇଁ ପାରିଛି। ସେ କହିଛନ୍ତି ଯେ ଯେତେବେଳେ ଭାରତରେ ୨୦୨୦ ଜାନୁଆରୀ ୩୦ରେ ପ୍ରଥମ କରୋନା ସଂକ୍ରମଣ ମାମଲା ଚିହ୍ନଟ ହେଲା, ତାହାର ଠିକ ୨ ସପ୍ତାହ ମଧ୍ୟରେ ଏକ ଉଚ୍ଚ ସ୍ଥରୀୟ କମିଟି ଗଠନ କରାଯାଇଥିଲା। ସେ କହିଛନ୍ତି, ଗତବର୍ଷ ଠିକ ଆଜିର ଦିନରେ ସର୍ଭେଲାନ୍ସ ଆରମ୍ଭ କରାଯାଇଥିଲା ଓ ସେହିଦିନ ମଧ୍ୟ ପରାମର୍ଶବଳୀ ଜାରି କରାଯାଇଥିଲା।

courtesy : india tv

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ହେଉଛି ପ୍ରଥମ ଦେଶ ଯେଉଁଠାରେ ବିମାନ ବନ୍ଦରରେ ଯାତ୍ରୀମାନଙ୍କ ସ୍କ୍ରିନିଙ୍ଗ ଆରମ୍ଭ କରାଯାଇଥିଲା। ସେ କହିଛନ୍ତି, ଆମ ଦେଶବାସୀ କରୋନା ବିରୋଧରେ ଜନତା କର୍ଫ୍ୟୁ ଭଳି ଅନୁଶାସନକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିଥିଲେ। ତାଳି,ଥାଳି ଓ ଦୀପ ପ୍ରଜ୍ବଳନ କରି ଦେଶବାସୀ ନିଜର ଆତ୍ମବିଶ୍ୱାସ ବଳବତ୍ତର ରଖିଥିବାରୁ ଶ୍ରୀ ମୋଦୀ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ସଙ୍କଟ ମଧ୍ୟରେ ବହୁ ଦେଶ ସେମାନଙ୍କ ନାଗରିକମାନଙ୍କୁ ଚୀନରୁ ନିଜ ଦେଶକୁ ଫେରାଇ ନେଇ ନଥିବା ବେଳେ ଭାରତ ତାର ସମସ୍ତ ନାଗରିକଙ୍କୁ ଦେଶକୁ ଫେରାଇ ଆଣିଥିଲା।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories