www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟରେ ଆରମ୍ଭ ଟିକା କରଣ ; ଡାକ୍ତରଙ୍କ ପ୍ରତିକ୍ରିୟା ଏହା ବହୁତ ସୁରକ୍ଷିତ

ଭୁବନେଶ୍ୱର/ପୁରୀ/ପିପିଲି : ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ପରେ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇସାରିଛି। ରାଜ୍ୟରେ ମୋଟ ୧୬୧ଟି କେନ୍ଦ୍ରରେ ଟିକାକରଣ ନେଇ ବ୍ୟବସ୍ଥା କରାଯାଇଛି। ସମସ୍ତ ପ୍ରସ୍ତୁତି ଶେଷ ପରେ ପ୍ରତି କେନ୍ଦ୍ରରେ ୫ ଜଣିଆ ଟିମ ଟିକାକରଣରେ ସାମିଲ ହୋଇଛନ୍ତି।
ଭୁବନେଶ୍ୱର : ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ବିରଞ୍ଚି ନାଏକ ସଫେଇ କର୍ମଚାରୀ ପ୍ରଥମେ ଟିକା ନେଇଛନ୍ତି।
ପିପିଲି ବ୍ଲକ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ କୋଭିଡ ଟୀକା ନେଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦେଶକ ଡାକ୍ତର ପ୍ରମେଶ ମହାପାତ୍ର ।  କୋଭିଡ ଟିକା ନେବା ପରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବା ସହ ଏହା ବହୁ ସୁରକ୍ଷିତ ବୋଲି ଡାକ୍ତର ପ୍ରମେଶ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବଲପୁରରେ କୋଭିଡ ଟିକାକରଣ ଆରମ୍ଭ ହୋଇ ସାରିଛି। ସମ୍ବଲପୁର ଏଡିଏମଓ ଡାକ୍ତର କୁବେର ମହନ୍ତ ଟିକା ନେଇଛନ୍ତି।

ବାଲେଶ୍ୱର ଜିଲାରେ ଟିକାକରଣର ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
ପୁରୀ ଜିଲ୍ଲାର ଆଠଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ୮୦୦ ଡକ୍ଟର, ନର୍ସ, ସ୍ବାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ଟୀକା ଦିଆଯିବ। ଏହି ସମୟରେ ଜିଲ୍ଲାପାଳ ଏବଂ ସିଡିଏମଓ ଉପସ୍ଥିତ ଅଛନ୍ତି।

କଟକ ଏସସିବି ମେଡିକାଲ କଲେଜରେ କୋଭିଡ-୧୯ ଟୀକାକରଣ ହୋଇଛି।
ପୁରୀ ଜିଲ୍ଲା ସଦର ହସ୍ପିଟାଲ, ଦୋଳବେଦୀ କୋଣ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ସତ୍ୟବାଦୀ, ମଙ୍ଗଳପୁର, ଗୋପ, ଡେଲାଙ୍ଗ, କଣାସ ଏବଂ ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଟୀକା ଦିଆଯାଉଛି।

ସାକ୍ଷୀଗୋପାଳ :  ସ୍ଥାନୀୟ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସାକ୍ଷୀଗୋପାଳରେ ଆଜି କୋଭିଡ ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମେ ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସାଧିକରୀ ଡାକ୍ତର ବିଶ୍ୱଜିତ ମିଶ୍ର କରୋନା ଟୀକା ନେଇଥିଲେ। ଏହାପରେ ଅନ୍ୟମାନେ ଟୀକା ନେଇଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories