ପୁରୀ : ଆଜି ଦୀର୍ଘ ଦିନ ପରେ କରୋନା କଟକଣା ହଟିବା ପରେ ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଦୀର୍ଘଦିନ କଠିନ ଓ ବିପଦ ସମୟ ପରେ ସେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଏହାସହ ଶ୍ରୀମନ୍ଦିରର ଉନ୍ନୟନ କାର୍ଯ୍ୟକୁ କେହି ଅଟକାଇ ପାରିବେ ନାହିଁ, ଶ୍ରୀ ମନ୍ଦିର ବିକାଶ କାର୍ଯ୍ୟକୁ କେହି ଅଟକାଇ ପାରିବେ ନାହିଁ ,କୋଭିଡ ପରେ ଏହା ମୋର ପ୍ରଥମ ଜଗନ୍ନାଥ ଦର୍ଶନ , ଶ୍ରୀ ମନ୍ଦିର ଐତିହ୍ୟ କରିଡ଼ର ବିକାଶ କେହି ରୋକି ପାରିବେ ନାହିଁ। ଶ୍ରୀ ଜଗନ୍ନାଥଙ୍କ ପାଇଁ ଓଡ଼ିଶା ବାସୀ ଅଛନ୍ତି। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆମର ଆରାଧ୍ୟ ଦେବତା । ପୁରୀର ବିକାଶ ଆଗକୁ ବଢିବ। ରାଜ୍ୟବାସୀଙ୍କ ସୁଖ ଓ ଶାନ୍ତି ପାଇଁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶ୍ରୀମନ୍ଦିରର ଉନ୍ନୟନ କାର୍ଯ୍ୟକୁ କେହି ଅଟକାଇ ପାରିବେ ନାହିଁ : ମୁଖ୍ୟମନ୍ତ୍ରୀ
Popular Categories



