ଭୁବନେଶ୍ବର: ରାଜ୍ୟ ସମବାୟ ବ୍ୟାଙ୍କରୁ ଟଙ୍କା ଉଠାଣ ମାମଲାରେ ଆଇଏଏଏସ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ମାମଲା ଖାରଜ ହୋଇଯାଇଛି। ଆଇଏଏସ ବିଷ୍ଣୁପଦ ସେଠୀଙ୍କ ସଦିଚ୍ଛା କ୍ରମେ ଟଙ୍କା ଫେରାଇ ଥିବାରୁ ମାମଲା ବନ୍ଦ କରିଛନ୍ତି ଲୋକାୟୁକ୍ତ। ସଦିଚ୍ଛାକ୍ରମେ ଟଙ୍କା ଫେରାଇ ଥିବାରୁ ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତ ପକ୍ଷରୁ ପ୍ରଶଂସା କରାଯାଇଛି।
ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀ ମେଡ଼ିକାଲ ବିଲ ବାବଦ ଟଙ୍କା ଫେରାଇ ଦେଇଛନ୍ତି। ମେଡ଼ିକାଲ ବିଲ ବାବଦକୁ ୩ଟି ଚେକରେ ୩ଲକ୍ଷ ୨୭ହଜାର ଟଙ୍କା ଫେରାଇଛନ୍ତି। ବାପା ଓ ପତ୍ନୀଙ୍କ ଚିକିତ୍ସା ବାବଦରେ ଉଠାଇଥିବା ଟଙ୍କା ଆଇଏଏସ ବିଷ୍ଣୁପଦ ସେଠୀ ଫେରାଇଛନ୍ତି। ପଦବୀର ଦୁରୁପଯୋଗ କରି ଟଙ୍କା ଉଠାଇଥିବା ଲୋକାୟୁକ୍ତରେ ମାମଲା ହୋଇଥିଲା। ବାପା ଓ ପତ୍ନୀଙ୍କ ନାମରେ ମେଡ଼ିକାଲ ବିଲ ବେଆଇନ ଦର୍ଶାଇଥିଲେ ଲୋକାୟୁକ୍ତ। ଲୋକାୟୁକ୍ତଙ୍କ ନିର୍ଦେଶ ପରେ ବିଷ୍ଣୁପଦ ସେଠୀ ଟଙ୍କା ଫେରସ୍ତ କରିଛନ୍ତି।



