www.samajalive.in
Saturday, December 6, 2025
19.1 C
Bhubaneswar

ସିଇଟି ସ୍ବୟଂଶାସିତ ମହାବିଦ୍ୟାଳୟ ଦ୍ୱାରା ଅଧ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର କଲେଜ ଅଫ ଇଞ୍ଜିନିଅରିଂ ଆଣ୍ଡ ଟେକ୍ନୋଲୋଜି (ସ୍ବୟଂଶାସିତ) – ସିଇଟି ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ଅଧ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି। ମହାବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗ ଦ୍ୱାରା ଏକ ସପ୍ତାହ ବ୍ୟାପି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଯାନ୍ତ୍ରିକ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନର ୨୦୦ରୁ ଅଧିକ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ। ଏଥିରେ ‘କୃତ୍ରିମ ବୁଦ୍ଧିମତା ଏବଂ ମେସିନ୍ ଲର୍ନିଂ’ ବିଷୟରେ ଆଭାସୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ପ୍ରଶିକ୍ଷଣ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ଗୌନ୍ତିଆଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକମର ପ୍ରାରମ୍ଭରେ ବିପିୟୁଟିର କୁଳପତି, ସିଇଟି ମହାବିଦ୍ୟାଳୟର ଅଧ୍ୟକ୍ଷ, ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଯୋଗଦେଇଥିଲେ।

- Advertisement -

କାର୍ଯ୍ୟକ୍ରମକୁ ସ୍ୱାଗତ କରି ପ୍ରଫେସର ଗୌନ୍ତିଆ କହିଥିଲେ ଯେ କମ୍ପ୍ୟୁଟର ବିଜ୍ଞାନରେ କୃତ୍ରିମ ବୁଦ୍ଧିମତା ମଣିଷ ଦ୍ୱାରା ପ୍ରଦର୍ଶିତ ପ୍ରାକୃତିକ ବୁଦ୍ଧି ତୁଳନାରେ ମେସିନ୍ ଦ୍ୱାରା ପ୍ରଦର୍ଶିତ ବୁଦ୍ଧି। ସେ କହିଥିଲେ ଯେ ମେସିନ୍ ଲର୍ନିଂ ହେଉଛି କମ୍ପ୍ୟୁଟର ଆଲଗୋରିଦମଗୁଡିକର ଅଧ୍ୟୟନ ଯାହା ସ୍ୱୟଂଚାଳିତ ଭାବରେ କାର୍ଯ୍ୟ କରେ ଓ ମେସିନ୍ ଲର୍ନିଙ୍ଗ ଆଲଗୋରିଦମଗୁଡିକ ନମୁନା ତଥ୍ୟ ଉପରେ ଆଧାର କରି ଏକ ମଡେଲ୍ ନିର୍ମାଣ କରେ, ଯାହା ଟ୍ରେନିଂ ଡାଟା ଭାବରେ ଜଣାଶୁଣା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୪ଟି ସେସନରେ ଦେଶ ଓ ବିଦେଶରେ ଥିବା ଆଇଆଇଟି, ଏନଆଇଟି, ଇସ୍ରୋ, ଡିଆରଡିଓ ଏବଂ ଟେକସାସର ଅଭିଜ୍ଞ ପ୍ରଫେସରମାନେ ବିଭିନ୍ନ ଉପାଦେୟ ବିଷୟବସ୍ତୁ ଉପରେ ସମ୍ଭାଷଣ ପ୍ରଦାନ କରିଥିଲେ। ଏଆଇସିଟିଇ ଓ ଅଟଳର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories