କଳାପଥର(ବାଙ୍କୀ): ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ଖଇରପଙ୍ଗା ଘଟଣାର ଗୁରୁତ୍ୱକୁ ତୀବ୍ର ନିନ୍ଦା କରି ଓଡିଏମ ବାଙ୍କୀ-ଡମପଡା ଶାଖା ବାଙ୍କୀ ଉପଖଣ୍ଡ ଅଧିକାରଙ୍କ ଦ୍ୱାରସ୍ଥ ହୋଇଛି। ଜଗନ୍ନାପୁର ପଂଚାୟତ ଖଇରପଙ୍ଗା ଗ୍ରାମରେ ଚୋରୀ ଘଟଣାକୁ ନେଇ ଚୋର ଧରିବା ପାଇଁ ଖଟିଆ ବୁଲିବା କାର୍ଯ୍ୟ ଜାରି ରଖିଥିଲେ। ଏହି ବେଆଇନ କାର୍ଯ୍ୟ ଜାରି ରହିଥିବା ସୂଚନା ପାଇ ବୈଦ୍ୟେଶ୍ୱର ଥାନାର ପୋଲିସ ଏବଂ ସ୍ଥାନୀୟ ଆଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ପହଁଚି ଥିଲେ। ସେଠି ଘଟଣା ସମ୍ପର୍କରେ ପଚାରି ବୁଝିବାରୁ ଖଇରପଙ୍ଗା ଗ୍ରାମର କିଛି ଖଳ ପ୍ରକୃତିର ବ୍ୟକ୍ତି ମାନେ ପୋଲିସ ଏବଂ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସ୍ଥାନୀୟ ସାମ୍ବାଦିକ ମାନସ ରଞ୍ଜନ ସାହୁ ଆକ୍ରମଣର ଶିକାର ହୋଇଥିଲେ ଏବଂ ତାଙ୍କ ନିକଟରେ ଥିବା 3 ହଜାର ଟଙ୍କା, ଏକ ମୋବାଇଲ ସହ ବେକରେ ଥିବା ସୁନା ଚେନ ଛଡାଇ ନେଇଥିବା ସ୍ଥାନୀୟ ବୈଦ୍ୟେଶ୍ୱର ଥାନାରେ ଅଭିଯୋଗ ହୋଇଛି।
ଅନ୍ୟ ପଟେ ଓଡିଏମ ବାଙ୍କୀ- ଡମପଡା ଡିଜିଟାଲ ଶାଖା ଏହି ଘଟଣକୁ ତୀବ୍ର ନିନ୍ଦା କରିବା ସହ ଘଟଣାର ନ୍ୟାୟ ଦାବିକରି ବୈଦ୍ୟେଶ୍ୱର ଥାନା ଏବଂ ଉପଖଣ୍ଡ ପୁଲିସ ଅଧିକାରୀ ବାଲକୃଷ୍ଣ କହଁରଙ୍କ ପାଖରେ ପହଁଚି ଏହି ଘଟଣା ସମ୍ପର୍ରେ ବିସ୍ତୃତ ଆଲୋଚନା କରି ତୁରନ୍ତ ନ୍ୟାୟ ଦାବୀ କରିଛନ୍ତି।



