www.samajalive.in
Saturday, December 6, 2025
26.1 C
Bhubaneswar

ଲାବୋରେଟୋରୀ ଟେକ୍ନିସିଆନ୍‌‌ ନିଯୁକ୍ତି ମାମଲା, ଆବେଦନ କରିପାରିବେ ବିଏମ୍‌‌ଏଲ୍‌‌ଟି ଛାତ୍ରଛାତ୍ରୀ

କଟକ: ଲାବରାଟୋରୀ ଟେକ୍ନିସିଆନ୍‌‌ ପଦ ପାଇଁ ବ୍ୟାଚେଲର୍‌‌ ଇନ୍‌‌ ମେଡିକାଲ ଲାବରାଟୋରୀ ଟେକ୍ନୋଲୋଜି (ବିଏମ୍‌‌ଏଲ୍‌‌ଟି) କ୍ୱାଲିଫାଏଡ୍‌‌ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ବୋଲି ଉଚ୍ଚନ୍ୟାୟାଳୟ ଏକ ଅନ୍ତରୀଣ ଆଦେଶରେ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ଆବେଦନ ହେଉଥିବା ପୋର୍ଟାଲରେ ପରିବର୍ତ୍ତନ କରିବାକୁ କୁହାଯାଇଛି। ଯାହାଦ୍ବାରା ପ୍ରର୍ଥିମାନେ ଅନ୍‌‌ଲାଇନ୍‌‌ରେ ଏହି ପଦ ଲାଗି ଆବେଦନ କରିପାରିବେ। ଏଥିସହ ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍‌‌ ଜାରି କରିଛନ୍ତି। ଶିବ ଶଙ୍କର ଆଚାର୍ଯ୍ୟ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ୍‌‌ ରଞ୍ଜନ ଷଡ଼ଙ୍ଗୀ ଏବଂ ବିଚାରପତି ଏମ୍‌‌.ଏସ୍‌‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି। ନଭେମ୍ବର ୯ରେ ପରବର୍ତ୍ତୀ ଶୁଣାଣି ହେବ।

ସେପ୍ଟେମ୍ବର ୧୫ ରେ ଲାବରାଟୋରୀ ଟେକ୍ନିସିଆନ୍‌‌ ପଦ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁମାନେ ବିଏମ୍‌‌ଏଲ୍‌‌ଟି ପାସ୍‌‌ କରିଛନ୍ତି ସେମାନଙ୍କୁ ଡିଏମ୍‌‌ଏଲ୍‌‌ଟି(ଡିପ୍ଲୋମା ଇନ୍‌‌ ମେଡିକାଲ ଲାବରାଟୋରୀ ଟେକ୍ନୋଲୋଜି) ମଧ୍ୟ ପାସ୍‌‌ କରିବା ଦରକାର। ତାହେଲେ ବିଏମ୍‌‌ଏଲ୍‌‌ଟି କ୍ୱାଲିଫାଏଡ୍‌‌ ଛାତ୍ରଛାତ୍ରୀଙ୍କୁ ଏହି ପଦ ଲାଗି ଆବେଦନ କରିବାର ସୁଯୋଗ ମିଳିପାରିବ ବୋଲି ଉକ୍ତ ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଏହା ଓଡ଼ିଶା ଲାବରାଟୋରୀ ଟେକ୍ନିସିଆନ୍‌‌ ସର୍ଭିସ ରୁଲ୍‌‌-୨୦୧୯ ବେଆଇନ, ସ୍ୱେଚ୍ଛାଚାରୀ ଏବଂ ସମ୍ବିଧାନର ଧାରା ୧୪ର ଉଲ୍ଲଘଂନ କରୁଥିବା ଦର୍ଶାଇ ଏହି ଆଧରରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ ପାଇଁ ଆବେଦନକାରୀ ଅଦାଲତରେ ପ୍ରାର୍ଥନା କରିଥିଲେ। ହାଇକୋର୍ଟ ଏହି ଆବେଦନ ବିଚାର ପାଇଁ ଗ୍ରହଣୀୟ ବୋଲି ମତ​ ‌ଦେବା ସହ ଅନ୍ତରୀଣ ଆଦେଶରେ ସରକାରଙ୍କୁ ନୋଟିସ୍‌‌ ଜାରି କରିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories