www.samajalive.in
Saturday, December 6, 2025
26.1 C
Bhubaneswar

କାର୍ତ୍ତିକ ମାସର ପ୍ରଥମ ସୋମବାର ; ଶୈବ ପୀଠରେ ନାହିଁ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର : ସୋମବାର ଅର୍ଥାତ ଆଜି ଠାରୁ ପୁଣ୍ୟ ଓ ଧର୍ମର ମାସ କାର୍ତ୍ତିକ ମାସର ପ୍ରଥମ ସୋମବାର ଆରମ୍ଭ। ଏହି ମାସରେ ସମସ୍ତ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ମନ୍ଦିର ମାନଙ୍କରେ ବିଶେଷ କରି ସମସ୍ତ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ମାତ୍ର ଚଳିତ ବର୍ଷ କରୋନା କଟକଣା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ନାହିଁ। କେବଳ ପୂଜାରୀ ପ୍ରଭୁଙ୍କର ପୂଜାର୍ଚ୍ଚନା କରୁଛନ୍ତି।
ଓଡିଶାର ପ୍ରସିଦ୍ଧ ଶୈବ ପୀଠ, ଯେପରି ରାଜଧାନୀର ଲିଙ୍ଗରାଜ ମନ୍ଦିର, କପିଳାସ, ଆରଡି, ଧବଳେଶ୍ୱର, ଲୋକନାଥ, ଲଡୁବାବା, ଗୋରଖନାଥ ଭଳି ବିଭିନ୍ନ ଶୈବପୀଠରେ କରୋନା କଟକଣା ପାଇଁ କେବଳ ପୂଜାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି। ସାଧାରଣ ଦର୍ଶନ ଉପରେ କଟକଣା ଜାରି ରହିଛି।
ସେହିପରି କୋଭିଡ ନିୟମ ଅନୁଯାୟୀ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଥିଲେ ମଧ୍ୟ ସାଧାରଣ ଦର୍ଶନ ବନ୍ଦ ରହିଛି। ହବିଷ୍ୟାଳୀଙ୍କ ପାଇଁ ମଧ୍ୟ କୋଭିଡ ନିୟମ ଲାଗୁ କରାଯାଇଛି। ଏହାସହ ସ୍ଥାନୀୟଲୋକେ କେବଳ ବଡ ଦେଉଳ ସମ୍ମୁଖକୁ ଯାଇ ଦର୍ଶନ କରୁଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories