www.samajalive.in
Monday, December 8, 2025
13.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ମାଲକାନଗିରି ଜିଲାର ଅପହଞ୍ଚ ଇଲାକାରୁ ଧରାପଡ଼ିଲେ ୭ ନକଲି ଡାକ୍ତର। ଅଭିଯୁକ୍ତଙ୍କଠାରୁ ବିପୁଳ ପରିମାଣର ଔଷଧ ଜବତ।

–ସରକାରୀ ଓ ଡାକ୍ତରଖାନା ଟିକା ଅନୁପାତରେ ପରିବର୍ତ୍ତନ ଦାବି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଟିକା ଅନୁପାତ ପରିବର୍ତ୍ତନ ଦାବି। ଟିକା ଅନୁପାତର ପରିବର୍ତ୍ତନ ଦାବି କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି।

- Advertisement -

–ଟିକା ଅନୁପାତ ୯୫.୫ କରି ରାଜ୍ୟକୁ ୯୫% ଟିକା ଦେବାକୁ ଦାବି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ।

–ଡେଲଟା ପ୍ଲସ ଚିହ୍ନିତ ବ୍ୟକ୍ତି ସୁସ୍ଥ ଅଛନ୍ତି। ଯେଉଁ ଜିଲାରେ ସଂକ୍ରମଣ ଅଧିକ ସେଠାରେ ସ୍ବତନ୍ତ୍ର ଷ୍ଟ୍ରାଟେଜି ନିଆଯାଉଛି। ଉଚ୍ଚକ୍ଷମତା ସମ୍ପନ୍ନ ବୈଠକ ବସି ଜୁନ ୩୦ ପରେ କ’ଣ ହେବ ନିଷ୍ପତ୍ତି ନିଆଯିବ-ସ୍ବାସ୍ଥ୍ୟ ନିର୍ଦେଶକ

–ଜିନମ ସିକ୍ୟୁଏନ୍ସିଂ, ଡେଲଟା ପ୍ଲସ ମ୍ୟୁଟେସନ ନେଇ ଆଇଏଲଏସର ଅନୁଧ୍ୟାନ। ଦେଶରେ ୪୬ହଜାର ସିକ୍ୟୁଏନ୍ସିଂ ମଧ୍ୟରୁ ଓଡ଼ିଶାରୁ ପ୍ରାୟ ୧୧ଶହ। ଆଇଏଲଏସରେ କେବଳ ଗୋଟିଏ ଡେଲଟା ପ୍ଲସ ମ୍ୟୁଟେସନ ଚିହ୍ନଟ ହୋଇଛି।

–ଚିହ୍ନଟ ହୋଇଥିବା ମ୍ୟୁଟେସନର ପ୍ରଭାବ ନେଇ ଗବେଷଣା ଚାଲିଛି। ଟିକା ନେବା ପରେ କେତେ ସଂକ୍ରମିତ ହେଉଛନ୍ତି ତର୍ଜମା ଚାଲିଛି। ଟିକା ପରବର୍ତ୍ତୀ ସଂକ୍ରମଣ ଘଟଣାରେ ମାତ୍ର ଜଣେ ଡାକ୍ତରଖାନାରେ ଭର୍ତ୍ତି।

–ଶିଶୁଙ୍କ ଲାଗି କୋଭିଡ ଟିକା ନେଇ ବଢ଼ିଲା ଆଶା। ଦୁଇ ମାସରେ ଆରମ୍ଭ ହେବ କୋଭାଭାକ୍ସର ପରୀକ୍ଷଣ। ୯୨୦ ଶିଶୁଙ୍କଠାରେ ପରୀକ୍ଷଣ କରିବ ସେରମ ଇନ୍‌ଷ୍ଟିଚ୍ୟୁଟ।

–କେନ୍ଦୁଝର: ଘରୋଇ କଳିରୁ ସ୍ବାମୀ ଛୁରାମାଡ଼ରେ ସ୍ତ୍ରୀ ମୃତ। ସଦରଥାନା ହାଣ୍ଡିଭଙ୍ଗା ଗାଁରେ ଅଭାବନୀୟ ଘଟଣା। ଦମ୍ପତ୍ତିଙ୍କ ମଧ୍ୟରେ ବଚସାରୁ ଛୁରାମାଡ଼, ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ।

–ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୩୬୮୨ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୮୬୩୮୨୪କୁ ବୃଦ୍ଧି

–ବିଜେପି ଜାତୀୟ କାର୍ଯ୍ୟାଳୟରେ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକରେ ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟକୁ ନେଇ ଆଲୋଚନା

–ରାଉରକେଲାରେ ସିକ୍ରେଟ କୋଡ ଦ୍ବାରା ଏଟିଏମରୁ ୩୪ଲକ୍ଷ ଲୁଟ। ଏଟିଏମରେ ଟଙ୍କା ଭର୍ତ୍ତି କଣ୍ଟ୍ରାକ୍ଟ ନେଇଥିବା କର୍ମଚାରୀ ଗିରଫ

–ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଜିଲ୍ଲାର ଦାୟିତ୍ୱ ୩୦ ଜଣ ନେତାଙ୍କୁ ଦେଇଥିବା ବେଳେ ସେମାନଙ୍କୁ ପରାମର୍ଶ ଓ ପ୍ରସ୍ତାବ ଦେବା ପାଇଁ ଦଳର ୬ ଜଣ ନେତାଙ୍କୁ ବରିଷ୍ଠ ପର୍ୟ୍ୟବେକ୍ଷକ ଭାବେ ଦେଇଛନ୍ତି ନିଯୁକ୍ତି

–ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୦ ଜିଲ୍ଲା ପାଇଁ ପର୍ୟ୍ୟବେକ୍ଷକ କରିଛନ୍ତି ନିଯୁକ୍ତ

ଅନୁଗୁଳ-ପ୍ରଶାନ୍ତ ମୁଦୁଲି, ବାଲେଶ୍ବର-ପ୍ରତାପ ଦେବ। ବରଗଡ଼ -ସୁଧୀର ସାମଲ, ଭଦ୍ରକ -ପ୍ରଣବ ବଳବନ୍ତରାୟଙ୍କୁ ନିଯୁକ୍ତି। ଗଞ୍ଜାମ -ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର -ସମୀର ଦାଶ, ଯାଜପୁର-ଅଶୋକ ପଣ୍ଡା; ଝାରସୁଗୁଡ଼ା-ସୁବାସ ସିଂହ, କଳାହାଣ୍ଡି-ନବ ଦାସଙ୍କୁ ନିଯୁକ୍ତି

–କନ୍ଧମାଳ-ପ୍ରତାପ ଜେନା, କେନ୍ଦ୍ରାପଡ଼ା-ଦେବାଶିଷ ସାମନ୍ତରାୟ, କେନ୍ଦୁଝର-ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା-ପ୍ରମିଳା ମଲ୍ଲିକ, କୋରାପୁଟ- ଚନ୍ଦ୍ର ସାରଥି ବେହେରା, ମାଲକାନଗିରି -ଚନ୍ଦ୍ର ସାରଥି ବେହେରା, ବଲାଙ୍ଗିର-ସୁଶାନ୍ତ ସିଂ, ବୌଦ୍ଧ-ସୌଭାଗ୍ୟ ନାୟକ, କଟକ -ଉଷା ଦେବୀଙ୍କୁ ନିଯୁକ୍ତି

–ଦେବଗଡ଼-ସୁଶାନ୍ତ ସିଂ, ଢେଙ୍କାନାଳ -ବିଜୟ ନାଏକ, ଗଜପତି-ଅତନୁ ସବ୍ୟସାଚୀ ନାଏକ, ସୁନ୍ଦରଗଡ଼-ପ୍ରୀତିରଞ୍ଜନ ଘଡାଇ,  ମୟୂରଭଞ୍ଜ ଜିଲ୍ଲା ପାଇଁ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର-ତୁଷାରକାନ୍ତୀ ବେହେରାଙ୍କୁ ନିଯୁକ୍ତି

–ନୟାଗଡ଼-ପଦ୍ମନାଭ ବେହେରା, ନୂଆପଡ଼ା-ଦିବ୍ୟଶଙ୍କର ମିଶ୍ର, ପୁରୀ- ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାୟଗଡ଼ା-ଅତନୁ ସବ୍ୟସାଚୀ ନାଏକ, ସମ୍ବଲପୁର-ନଳିନୀକାନ୍ତ ପ୍ରଧାନ, ସୋନପୁର-ପ୍ରଦୀପ ଅମାତଙ୍କୁ ନିଯୁକ୍ତି

–ରାଉରକେଲାରେ ଅଭିନବ ଉପାୟରେ ଏଟିଏମରୁ ୩୪ ଲକ୍ଷ ଟଙ୍କା ଲୁଟ ଘଟଣାରେ ଜଣେ ଗିରଫ

–ଗୋଟିଏ ଦିନରେ ରାଜ୍ୟରୁ ନୂଆ ୩୫୫୪ ଜଣ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୨୦୧୮ ଏବଂ ସ୍ଥାନୀୟ ସଂକ୍ରମିତ ୧୫୨୬; ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୯୭୦୬୨କୁ ବୃଦ୍ଧି

–ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

–ରାଜ୍ୟରେ ମୌସୁମି ବାୟୁ ସ୍ବାଭାବିକ : ୧୨ ଜିଲାରେ ପ୍ରବଳ ବର୍ଷିବ

–ବ୍ରହ୍ମପୁର ସହରରେ ପ୍ରଥମ ଥର ପାଇଁ ପେଟ୍ରୋଲ୍‌ ଲିଟର ଦର ଛୁଇଁଛି ୧୦୦ ଟଙ୍କା

–ଦିଲ୍ଲୀ-ଗୋଆ ରାଜଧାନୀ ଏକ୍ସପ୍ରେସ ମହାରାଷ୍ଟ୍ରରେ ଲାଇନଚ୍ୟୁତ, ସମସ୍ତ ଯାତ୍ରୀ ସୁରକ୍ଷିତ

–ଦେଶରେ ୨୪ ଘଣ୍ଟାରେ ଆଉ ୪୮,୬୯୮ ନୂଆ କରୋନା ସଂକ୍ରମିତ ଚିହ୍ନଟ, ମୋଟ ପଜିଟିଭ ସଂଖ୍ୟା ୩,୦୧,୮୩,୧୪୩କୁ ବୃଦ୍ଧି; ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୧୮୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୯୪,୪୯୩

–ଦିନକରେ ୬୪,୮୧୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୧,୯୩,୦୮୫ ସୁସ୍ଥ ; ଆରୋଗ୍ୟ ହାର ୯୬.୭୨%; ଦିନକରେ ୬୧,୧୯,୧୬୯ ଟିକା ନେଇଥିବା ବେଳେ ମୋଟ ୩୧,୫୦,୪୫,୯୨୬ ମୋଟ ଟିକା ନେଇ ସାରିଛନ୍ତି। ୫,୯୫,୫୬୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

–ଅଧିକ କ୍ଷମତାସମ୍ପନ୍ନ ପିନାକ ରକେଟ୍‌ର ସଫଳ ପରୀକ୍ଷଣ

–ପ୍ରି- କ୍ବାର୍ଟର ପର୍ୟ୍ୟାୟ ଆଜିଠାରୁ : ୱେଲ୍‌ସ-ଡେନ୍‌ମାର୍କ, ଇଟାଲୀ-ଅଷ୍ଟ୍ରିଆ ଲଢ଼େଇ

–କୋଭାଭାକ୍ସର ଉତ୍ପାଦନ ଆରମ୍ଭ କଲା ସିରମ୍‌

–ପଶ୍ଚିମବଙ୍ଗର କାସବା ଅଞ୍ଚଳରେ ନକଲି ଟିକାକରଣ ; ନକଲି ଆଇଏଏସ୍‌ ଗିରଫ

–ଟିକାକରଣ ଟପିଲା ୧.୧୧ କୋଟି

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories