ଦିନା ୧୧ଟା – ମୁଖ୍ୟ ସମ୍ବାଦ

(୧) ଯାଜପୁର ଉପକାରଗାରରେ ବିଚାର ବିଭାଗୀୟ ହାଜତରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସଇଦ ଇଶାନ ବୁଖାରୀ
– ଆଇଏସଆଇ ଲିଙ୍କ୍ ନେଇ ଚାଲିଛି ତନାଘନା
(୨) କରୋନା – କେରଳରେ ଚିହ୍ନଟ ହେଲା କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN-1
– ୭୯ ବର୍ଷୀୟା ମହିଳାଙ୍କ ନମୁନା ପଜିଟିଭ୍‌
(୩) ରାଉରକେଲା ସହରରେ ଝାଡ଼ାବାନ୍ତିରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି
– ୧୧୬ ଜଣ ଆକ୍ରାନ୍ତ ଆରଜିଏଚ୍‌ରେ ଭର୍ତ୍ତି
(୪) ସାଲେପୁର ଜଗତପୁର ପୂର୍ବକଚ୍ଛ ଗାଁ ଚନ୍ଦନପୋଖରୀ ହୁଡ଼ାରୁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ନାବାଳକର ଗଳାକଟା ମୃତଦେହ ଉଦ୍ଧାର
– କାଲି ରାତିରୁ ନିଖୋଜ ଥିଲା ନାବାଳକ
(୫) ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ଆରମ୍ଭ
– ଭାରତୀୟ ସମୟ ଦିନ ୧ଟା ୩୦ରେ ଜୋହାନ୍ସବର୍ଗରେ ଖେଳାଯିବ ପ୍ରଥମ ମ୍ୟାଚ୍
(୬) ୧୦ ଡିଗ୍ରୀ ତଳେ ରାଜ୍ୟର ୧୧ ସହର
– ଶିମିଳିପାଳର ୟୁବିକେ ଅଞ୍ଚଳରେ ତାପମାତ୍ରା ୧ ଡିଗ୍ରୀ
– ସୁନ୍ଦରଗଡ଼ କୋରେଇରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରୀ
(୭) ଆଇସିୟୁରୁ ବାହାରକୁ ଆସିଲା ସମ୍ବଲପୁର ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା
– ସ୍ୱାସ୍ଥ୍ୟବସ୍ଥା ସ୍ଥିର
(୮) ଛତିଶଗଡ଼ ସୁକୁମାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ଜଣେ ସିଆରପିଏଫ ଯବାନ ସହିଦ

Comments are closed.