www.samajalive.in
Saturday, December 6, 2025
19.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ଜୁଲାଇ ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଅଧିବେଶନ ଚାଲିବା ସୂଚନା।

–ଇସ୍ତଫା ଦେଇପାରନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ। ସାମ୍ବିଧାନିକ ସଂକଟ ଏଡ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ।

- Advertisement -

–୬ ମାସ ପୂରିବାକୁ ଥିଲେ ବି ବିଧାନସଭାକୁ ନିର୍ବାଚିତ ହୋଇନାହାନ୍ତି ରାୱତ। କରୋନା ପାଇଁ ନିର୍ବାଚନ ସମ୍ଭବ ହୋଇନଥିବାରୁ ନିର୍ବାଚିତ ହୋଇପାରିନାହାନ୍ତି।

–ଭୁବନେଶ୍ବର ଭଳି ଗଞ୍ଜାମରେ ଦିଆଯିବ କୋଭାକ୍ସିନ ଟିକା। ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ କୋଭାକ୍ସିନ ଟିକା ଦେବାକୁ ନିର୍ଦେଶ।

–ଗର୍ଭବତୀ ମହିଳାଙ୍କୁ କୋଭିଡ ଟିକା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଦେଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

– କୋୱିନ ପୋର୍ଟାଲରେ ପଞ୍ଜିକରଣ କରି ଅବା ଟିକା କେନ୍ଦ୍ରକୁ ଯାଇ ଗର୍ଭବତୀ ମହିଳା ଟିକା ନେଇ ପାରିବେ

–ରାଜ୍ୟକୁ ଆସିଲା ଆଉ ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍ଡ ଟିକା, ଗତକାଲି ଆସିଥିଲା ୧ ଲକ୍ଷ କୋଭିସିଲ୍ଡ ଟିକା, ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା

–ନକଲି ଔଷଧ କାରବାର ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

–ଓଡ଼ିଶାର ୪ଟି ଜିଲା ସମେତ ଦେଶର ମୋଟ ୭୧ ଜିଲାରେ ଏବେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି-କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ

–ଓଡ଼ିଶା ଆସିବେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ; କୋଭିଡ ସଂକ୍ରମଣ ବୃଦ୍ଧି ସ୍ଥିତି ଅନୁଧ୍ୟାନ କରିବେ

–ଓଡ଼ିଶା ସମେତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ, ମଣିପୁର ଆଦି ରାଜ୍ୟକୁ କେନ୍ଦ୍ରୀୟ ଦଳ ଗସ୍ତ କରିବେ ବୋଲି ଜଣାଯାଇଛି।

–ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

–ଯେଉଁମାନେ ମାର୍କିଂରେ ଅସନ୍ତୁଷ୍ଟ ସେମାନେ ପରୀକ୍ଷା ଦେଇ ପାରିବେ, ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୫ ରୁ ୧୪ ମଧ୍ୟରେ ଫର୍ମ ପୂରଣ ହେବ।

–ଜୁଲାଇ ୩୦ରୁ ଅଗଷ୍ଟ ୫ ମଧ୍ୟରେ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯିବ, ପରୀକ୍ଷାର ୧୫ ଦିନ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ ପାଇଁ ଚେଷ୍ଟା କରାଯିବ, ୩୦% ସିଲାବସ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ।

–ପୃଥିବୀ ବାୟୁମଣ୍ଡଳର ତାପମାତ୍ରା ୨୦୦୫ରୁ ୨୦୧୯ ମଧ୍ୟରେ ଦୁଇଗୁଣ ହୋଇଛି। ଆଗାମୀ ଦଶନ୍ଧିରେ ଯଦି ଏହିଭଳି ଧାରା ଜାରିରହେ ତେବେ ତାହା ଜଳବାୟୁ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହେବ।

–ବଲିଉଡ଼ ଅଭିନେତ୍ରୀ ୟାମି ଗୌତମଙ୍କୁ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଶୁକ୍ରବାର ସମନ ଜାରି କରାଯାଇଛି।

–ବୈଦେଶିକ ବିନିମୟ ପରିଚାଳନା ଆଇନ(ଫେମା) ଉଲ୍ଲଂଘନ ଅଭିଯୋଗରେ ଅଭିନେତ୍ରୀଙ୍କୁ ଇଡି ପଚରାଉଚରା ପାଇଁ ଡକାଇଥିବା ଜଣାପଡ଼ିଛି।

–ଜନସନ ଆଣ୍ଡ ଜନସନ କମ୍ପାନୀର ଦାବି; ସମସ୍ତ ଭାରିଆଣ୍ଟ ଉପରେ ପ୍ରଭାବୀ ଏହି ଟିକା

–କୋଭିଡର ଦ୍ୱିତୀୟ ଲହର ଯୋଗୁଁ ଋଣ ଆଦାୟ ପ୍ରଭାବିତ; ବୁଡିଯାଇପାରେ ୧୧.୨% ବ୍ୟାଙ୍କ ଋଣ

–ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀ – ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ; ୪ ଆତଙ୍କବାଦୀ ଓ ଜଣେ ସହଯୋଗୀ ନିହତ, ଜଣେ ଯବାନ ଶହୀଦ

– ଦେଶରେ ୪୬,୬୧୭ ନୂଆ କରୋନା ରୋଗୀ ଚିହ୍ନଟ ; ୫୯,୩୮୪ ଜଣ କରୋନାରୁ ସୁସ୍ଥ, ଆରୋଗ୍ୟ ହାର ୯୭.୦୧%, ସଂପ୍ରତି ୫,୦୯,୬୩୭ ଜଣ ସକ୍ରିୟ ସଂକ୍ରମିତ

–ଏ ପର୍ୟ୍ୟନ୍ତ ମୋଟ ୪୧.୪୨ କୋଟି ନମୁନା ପରୀକ୍ଷା।

–ନାସା ପକ୍ଷରୁ କୁହାଯାଇଛି ଯେ ପୃଥିବୀ ପୃଷ୍ଠର ତାପମାତ୍ରା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। ଗତ ୧୪ ବର୍ଷ ମଧ୍ୟରେ ଏହା ଦ୍ୱିଗୁଣିତ ହୋଇଛି।

–ଗୋଟିଏ ଦିନରେ ରାଜ୍ୟରେ ୪୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

–ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୨୨ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ ; ସଂଗରୋଧରୁ ୧୮୩୮ ଓ ସ୍ଥାନୀୟ ସଂକ୍ରମିତ ୧୩୮୪, କଟକରୁ ସର୍ବାଧିକ ୬୧୯

–କରୋନା ସମୟରେ ଛଟେଇ, ଲୋକସେବା ଭବନର ୧୮୪ କର୍ମଚାରୀଙ୍କୁ ନୋଟିସ

–ଥାନା ଭିତରେ ମହିଳା ଏସ୍‌ଆଇଙ୍କୁ ଆକ୍ରମଣ ଏବଂ ଯୌତୁକ ନିର୍ୟାତନା ମାମଲାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗୋଟିଏ ପରିବାରର ଭାଇ, ଭଉଣୀ ଓ ମା’ଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି

–ସାଇବର ଠକେଇ: ଟଙ୍କା ମିଳୁଛି, ଧରାପଡୁନାହାନ୍ତି ଅପରାଧୀ

–ଫିରିଙ୍ଗିଆ ପୁଲିସ ପକ୍ଷରୁ ହୋଣ୍ଡା ସିଟି କାର୍‍ ସହିତ ୩୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ

–କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭନ୍ନ ସ୍ଥାନରେ ୧୦୦ ଟଙ୍କା ଛୁଇଁଲା ପେଟ୍ରୋଲ ଲିଟର

–ଭାରତର ପ୍ରମୁଖ ଭିନ୍ନକ୍ଷମ ଜାଭେଲିନ୍ ଫିଙ୍ଗାଳି ଦେବେନ୍ଦ୍ର ଝାଝାରିଆ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ୟ୍ୟାୟ ମୁକାବିଲାରେ ନିଜର ବିଶ୍ବ କୀର୍ତ୍ତିମାନକୁ ଭାଙ୍ଗି ନୂତନ ରେକର୍ଡ ସହ ଟୋକିଓ ପାରାଲିମ୍ପିକ୍‌ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

–ସଙ୍ଗରୋଧ ଅବଧି ସାରିବା ପରେ ଶ୍ରୀଲଙ୍କାରେ ଅଭ୍ୟାସ ଆରମ୍ଭ କରିଛନ୍ତି ଟିମ୍ ଇଣ୍ଡିଆର ସଦସ୍ୟ, କୋଚ୍ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ବରେ ଦଳର ଖେଳାଳି ଅଭ୍ୟାସ କରୁଥିବାର କିଛି ଫଟୋ ବିସିସିଆଇ ଟ୍ୱିଟ କରି ସେୟାର କରିଛି

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories