-ରାଜ୍ୟରେ ୧୬ ଯାଏଁ ବଢ଼ିଲା ଆଂଶିକ ତାଲାବନ୍ଦ ; କାଟେଗୋରୀ ଏ ଓ ବି ଅନୁଯାୟୀ ଗାଇଡଲାଇନ ଜାରୀ
-ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର
-କାଟେଗୋରୀ-ବି ରେ ରହିଛି ୧୦ଟି ଜିଲ୍ଲା : ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର
–କାଟେଗୋରୀ-ବିରେ ୧୦ ଜିଲ୍ଲା । ସକାଳ ୬ରୁ ଦିନ ୨ଟା ଯାଏଁ ଖୋଲିବ ଦୋକାନ, ଜାରି ରହିବ ସପ୍ତାହାନ୍ତ ସଟଡାଉନ
–ମଲ,ସ୍ପା, ଖୋଲିବନି ବିୟୁଟି ପାଲର୍ର, ଚାଲିବନି ବସ୍ , ହେବନି ବାହାଘରରେ ଭୋଜି
-ଦୈନିକ ଓ ସାପ୍ତାହିକ ବଜାର ବନ୍ଦ ରହିବ ଉଠାଦୋକାନୀ ଖୋଲିପାରିବେ ଦୋକାନ,କେବଳ ପାର୍ସଲ ମିଳିବ
–କାଟେଗୋରୀ-ଏ ରହିଛି ୨୦ଜିଲ୍ଲା: ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା
–କାଟେଗୋରୀ-ଏ ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି । କେବଳ ଜିଲ୍ଲା-ଜିଲ୍ଲା ଭିତରେ ଚାଲିବ ବସ୍
–ମଲ,ସ୍ପା, ବିୟୁଟିପାର୍ଲର ବନ୍ଦ ରହିବ, ଛୋଟ ସେଲୁନ ଖୋଲିବ ଆଉଟଡୋର ଓ ଇନଡୋର ଫିଲ୍ମ ସୁଟିଂକୁ ଅନୁମତି ଦୈନିକ ଓ ସାପ୍ତାହିକ ହାଟକୁ ମଧ୍ୟ ଅନୁମତି
-ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ; କରୋନାରେ ମୃତ୍ୟୁବରଣ କରିଥିବା ପରିବାର ବର୍ଗଙ୍କୁ ସରକାର ଅନୁକମ୍ପା ରାଶି ପ୍ରଦାନ କରନ୍ତୁ
-ଦିଲ୍ଲୀସ୍ଥିତ ଲକ୍ଷ୍ମୀନଗର ବଜାର ସମେତ ଅନେକ ବଜାରରେ କରୋନା କଟକଣାକୁ ଉଲ୍ଲଙ୍ଘନ ; ଜୁଲାଇ ୫ ଯାଏଁ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି
-ଦିଲ୍ଲୀର ଶାହଦରା ଅଞ୍ଚଳରେ ଜଣଙ୍କ ଘରେ ସିଲିଣ୍ଡର ବିସ୍ଫୋରଣ ; ୪ ଜଣଙ୍କର ଜଳିଯାଇ ମୃତ୍ୟୁ
-ଡିଆରଡିଓ ଡ୍ରୋନ ନିରୋଧୀ ପ୍ରଯୁକ୍ତି ଆକାଶମାର୍ଗରୁ ବିପଦ ଠାବ ସହିତ ନିଷ୍କ୍ରିୟ କରିବାକୁ ସମର୍ଥ
-ଦେଶରେ ୨୪ ଘଣ୍ଟାରେ ଆଉ ୪୫,୯୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୩,୬୨,୮୪୮କୁ ବୃଦ୍ଧି
-ଆଉ ୮୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୯୮,୪୫୪
-ଦିନକରେ ଆଉ ୬୦,୭୨୯ ଆକ୍ରାନ୍ତ ସୁସ୍ଥ,ମୋଟ ଆରୋଗ୍ୟ ସଂଖ୍ୟା ୨,୯୪,୨୭,୩୩୦,ଆରୋଗ୍ୟ ହାର ୯୬.୯୨ ପ୍ରତିଶତ
-୫,୩୭,୦୬୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ; ସକ୍ରିୟ ଆକ୍ରାନ୍ତ ହାର ୧.୭୭%
-୨୪ ଘଣ୍ଟାରେ ୩୬,୫୧,୯୮୩ ଟିକା ନେଇଥିବା ବେଳେ ମୋଟ ୩୩,୨୮,୫୪,୫୨୭ ଟିକା ନେଇ ସାରିଛନ୍ତି
-ସାପ୍ତାହିକ ପଜିଟିଭ ହାର ୫% ରୁ କମ ରହିଥିବା ବେଳେ ଏବେ ୨.୬୯%
-ଦୈନିକ ପଜିଟିଭ ହାର ୨.୩୪% ରହିଥିବା ବେଳେ ୨୩ ଦିନ ହେବ ଲଗାତାର ୫% ତଳକୁ ରହିଛି
-ଓଡ଼ିଶାରେ ଗୋଟିଏ ଦିନରେ ୩୩୭୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ସଂଗରୋଧରୁ ୧୯୨୨ , ସ୍ଥାନୀୟ ସଂକ୍ରମିତ ୧୪୪୯
-ରାଜ୍ୟରେ ୨୪ ଘଣ୍ଟାରେ ୪୮ କରୋନା ସଂକ୍ରମିତଙ୍କ ମୃତ୍ୟୁ; ଦିନକରେ ସର୍ବାଧିକ
-୧୧ ଜିଲାରେ ଆଜି ଟିକାକରଣ ବନ୍ଦ
-ନୟାଗଡ଼, ବାଲେଶ୍ବରରେ ୧୦୦ ଛୁଇଁଲା ପେଟ୍ରୋଲ
୧୩ ଯୋଡ଼ା ବିଶେଷ ରେଳ ଚଳାଚଳ ଅବଧି ବୃଦ୍ଧି
-କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ – ଜୁଲାଇ ୧୬ ପର୍ୟ୍ୟନ୍ତ ଉଚ୍ଛେଦ, ନିର୍ମାଣ ଓ ଭଙ୍ଗା ଉପରେ କଟକଣା
-ଭାରତରେ ୫ଜି ସମ୍ପ୍ରସାରଣ ବହୁବିଧ କ୍ଷେତ୍ର ପାଇଁ ଉନ୍ନତ ପ୍ରଦର୍ଶନକୁ ଆଗେଇନେବ ; ଏନଏକ୍ସପି ସେମିକଣ୍ଡକ୍ଟରସ ସହିତ ହାତ ମିଳାଇଲା ଜିଓ ପ୍ଲାଟଫର୍ମ
-ନିତି ଆୟୋଗ ସିଇଓଙ୍କ କାର୍ୟ୍ୟକାଳ ୧ ବର୍ଷ ବୃଦ୍ଧି
-କାଶ୍ମୀରରେ ଧର୍ମାନ୍ତରୀକରଣ ଅଭିଯୋଗ
-ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମାଙ୍କୁ ୧୫ମାସ କାରାଦଣ୍ଡାଦେଶ
-ସିଏ ପରୀକ୍ଷା ସ୍ଥଗିତ ରଖିବାକୁ ମନା କଲେ ସର୍ବୋଚ୍ଚ ନ୍ୟାୟାଳୟ
-ପଦୋନ୍ନତି କ୍ଷେତ୍ରରେ ଭିନ୍ନକ୍ଷମଙ୍କୁ ମିଳିବ ସଂରକ୍ଷଣ
-୨୦୨୫ ସୁଦ୍ଧା ଟାଟା ମୋଟର୍ସ ଆଣିବ ୧୦ଟି ନୂଆ ବିଦ୍ୟୁତ୍ ଚାଳିିତ ଗାଡ଼ି
-ହୃଦଘାତରେ ପ୍ରସିଦ୍ଧ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ଚଳଚ୍ଚିତ୍ର ନିର୍ମାତା ସ୍ୱାମୀ ରାଜ କୌଶଲଙ୍କ ପରଲୋକ
-ଆର ଅଶ୍ୱିନ ଓ ମିତାଲି ରାଜଙ୍କ ନାମ ଖେଳ ରତ୍ନ ପାଇଁ ସୁପାରିଶ ; ଶିଖର, କେ ଏଲ ରାହୁଲ ଓ ଯଶପ୍ରିତ ବୁମରାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ପଠାଗଲା