www.samajalive.in
Sunday, December 14, 2025
14.1 C
Bhubaneswar

ସଚିବସ୍ତରୀୟ ବୈଠକ ଅନୁଷ୍ଠିତ, ସେପ୍ଚେମ୍ବର ୨୭ ଓ ୨୮ରେ ଜିଲ୍ଲାପାଳ ସମ୍ମିଳନୀ

ଡେସ୍କ: ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମଙ୍ଗଳବାର ସଚିବସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସହଯୋଗରେ ଜନକଲ୍ୟାଣକାରୀ ‘ସୁଭଦ୍ରା’ ଯୋଜନା ସଫଳତାର ସହିତ ଆରମ୍ଭ ହୋଇଥିବାରୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ। ରାଜ୍ୟ ସରକାରଙ୍କ ୧୦୦ ଦିନର କାର୍ଯ୍ୟ ସଫଳତା ମଧ୍ୟରେ ଯେଉଁ ସବୁ ଯୋଜନା ଏବଂ କାର୍ଯ୍ୟକ୍ରମ ଜାରି ରହିଛି, ସେସବୁକୁ ତ୍ୱରାନ୍ୱିତ କରି ବିଭାଗୀୟ କାର୍ଯ୍ୟ ପ୍ରଦର୍ଶନରେ ଅଧିକ ଉନ୍ନତି ଆଣିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ଏଥି ସହିତ ମୁଖ୍ୟ ଶାସନ ସଚିବ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଭଲ ଭାବେ ବୁଝିବା ସହିତ ସେସବୁ ଦକ୍ଷତା ଏବଂ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି।

ବିଭିନ୍ନ ଯୋଜନାର କାର୍ଯ୍ୟକାରିତାରେ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା, ସମସ୍ୟାର ସମାଧାନ, ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ ସହ ବିଭନ୍ନ ଅଂଚଳରେ ଜନସାଧାରଣଙ୍କର ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟସେବା ଭଳି ସର୍ବନିମ୍ନ ଆବଶ୍ୟକତାକୁ ପୂର୍ଣ୍ଣମାତ୍ରାରେ ଉପଲବ୍ଧ କରାଇବା ସୁନିଶ୍ଚିତ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଗ୍ରାମାଂଚଳ ଓ ସହରାଂଚଳ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ, ଭୂ ସଂସ୍କାର, ପର୍ଯ୍ୟଟନ ସମେତ ବିଭିନ୍ନ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ପାଇଁ ରାଜ୍ୟକୁ କେନ୍ଦ୍ର ସରକାରଙ୍କର ପୁଞ୍ଜି ବିନିଯୋଗ ପାଇଁ ସ୍ୱତନ୍ତ୍ର ସହାୟତା ପାଣ୍ଠି ଅନୁଦାନ-୨୦୨୪-୨୫ର ବିନିଯୋଗ ସ୍ଥିତି ଓ ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଥିଲା।

- Advertisement -

ବୈଠକରେ ନୀତି ଆୟୋଗ ତରଫରୁ କେନ୍ଦ୍ର ବଜେଟ୍ ୨୦୨୪-୨୫ରେ ଘୋଷଣା ଅନୁଯାୟୀ ‘ପୂର୍ବୋଦୟ’ ରାଜ୍ୟମାନଙ୍କ ପାଇଁ ଏକ ବ୍ୟାପକ ଦୂରଦୃଷ୍ଟି ଯୋଜନା ପ୍ରଣୟନ ପାଇଁ ନୀତି ଆୟୋଗଙ୍କ ଦ୍ୱାରା ଗଠିତ ପରାମର୍ଶଦାତା କମିଟି ପାଇଁ ଆବଶ୍ୟକୀୟ ମତାମତ ପ୍ରଦାନ ନିମନ୍ତେ ମୁଖ୍ୟ ଶାସନ ସଚିବ ବିଭାଗୀୟ ସଚିବମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଗତ ଜୁଲାଇ ମାସରେ ନୀତି ଆୟୋଗଙ୍କ ୯ମ କାର୍ଯ୍ୟନିର୍ବାହୀ ପରିଷଦର ବୈଠକରେ ଆଲୋଚିତ ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥାଗୁଡିକର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା କରାଯାଇଥିଲା।

ଚଳିତ ସେପ୍ଟେମ୍ବର ୨୭ ଓ ୨୮ତାରିଖରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ବିଭିନ୍ନ ବିଭାଗର ସଚିବମାନଙ୍କ ସମେତ ପ୍ରଥମ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଦ୍ୱିତୀୟ ଦିନରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକମାନେ ଯୋଗଦାନ କରି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଭିତ୍ତିକ ଆଲୋଚନା କରିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂଙ୍କ ସମେତ ଅନ୍ୟ ସମସ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ।

Hot this week

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

Related Articles

Popular Categories