www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶାର ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର : ଓଡ଼ିଶାର ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଭୁବନେଶ୍ୱରରେ ବୁଧବାର କେନ୍ଦ୍ରୀୟ ଟିମ ପହଞ୍ଚିଛନ୍ତି। ଭାରତ ସରକାରଙ୍କ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ(ବାମପନ୍ଥୀ ଉଗ୍ରବାଦ ମୁକାବିଲା ବ୍ୟାପାର) ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଏକ ଆନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ  ୬ ଜଣିଆ କେନ୍ଦ୍ରୀୟ ଟିମ ପହଞ୍ଚିସାରିଛନ୍ତି। ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ବନ୍ୟାରେ କ୍ଷତିଗ୍ରସ୍ତ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲା ପରିଦର୍ଶନ କରିବେ। ବନ୍ୟା ପ୍ରଭାବିତ ୪ ଜିଲାକୁ କେନ୍ଦ୍ରୀୟ ଟିମ ୨ଟି ଲେଖାଏଁ ଟିମରେ ଅଲଗା ଅଲଗା ପରିଦର୍ଶନ କରିବେ। ଗୋଟିଏ ଟିମ ଭଦ୍ରକ, ଯାଜପୁର, ଅନ୍ୟ ଟିମ କେନ୍ଦ୍ରାପଡ଼ା ଓ ପୁରୀ ଯିବେ।
ସୂଚନା ଯୋଗ୍ୟ, ଉକ୍ତ ପ୍ରତିନିଧି ଦଳ ଅଗଷ୍ଟରେ ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ବିଭୀଷିକା ଓ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ବୁଲିଦେଖିବେ। ଏହି ପ୍ରତିନିଧି ଦଳରେ କୃଷି ଓ କୃଷକ କଲ୍ୟାଣ, ଜଳସମ୍ପଦ, ସଡ଼କ ପରିବହନ ଓ ରାଜପଥ, ଗ୍ରାମ୍ୟ ଉନ୍ନୟନ ଓ ଅର୍ଥ ମନ୍ତ୍ରାଳୟର ଅଧିକାରୀ ଅଛନ୍ତି। ଦୁଇଦିନିଆ କାର୍ଯ୍ୟକ୍ରମ ଭିତରେ ଏହି ଟିମ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଆଦି ୪ଟି ଜିଲା ବୁଲି ଦେଖିବେ। ସେମାନେ ୧୭ତାରିଖ ଅପରାହ୍ଣରେ ଭୁବନେଶ୍ୱର ଫେରିବେ। ସେହିଦିନ ସନ୍ଧ୍ୟା ୫ଟା ସମୟରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରତିନିଧି ଦଳ ଏକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଉନ୍ନୟନ କମିସନର, କୃଷି ଉତ୍ପାଦନ କମିସନର, ସ୍ୱତନ୍ତ୍ର ରିଲିଫ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ସଚିବ ପ୍ରମୁଖ ଯୋଗଦେବେ। ପ୍ରତିନିଧି ଦଳ ୧୭ତାରିଖ ରାତିରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories