ଦେଶରେ ଆଉ ନୂଆ ସଂକ୍ରମିତ ୨.୫୭ ଲକ୍ଷ ; ଆରୋଗ୍ୟ ହାର ୮୭.୭୬%
ନୂଆଦିଲ୍ଲୀ : ଦେଶରେ କରୋନାର ଦୈନିକ ସଂକ୍ରମଣ କିଛି ଦିନ ହେବ ଲଗାତାର ୨ ଲକ୍ଷ ଟପୁଛି। ଦିନକରେ ଆଉ ୨ ଲକ୍ଷ ୫୭ ହଜାର ୨୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୨,୬୨,୮୯,୨୯୦କୁ ବୃଦ୍ଧି ପାଇଛି। ଏହାସହ ଲଗାତାର ୪ ହଜାର ମୃତ୍ୟୁ ସଂଖ୍ୟା ଟପୁଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪ ହଜାର ୧୯୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ,୯୫,୫୨୫ରେ ପହଞ୍ଚିଛି। ୨୪ ଘଣ୍ଟାରେ ୩ ଲକ୍ଷ ୫୭ ହଜାର ୬୩୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୩୦,୭୦,୩୬୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୮୭.୭୬% କୁ ବୃଦ୍ଧି ପାଇଛି। ୨୯,୨୩,୪୦୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
Comments are closed.