www.samajalive.in
Saturday, December 13, 2025
21.1 C
Bhubaneswar

ବରମୁଣ୍ଡା ବସଷ୍ଟାଣ୍ଡ ହେବ ଆନ୍ତରାଜ୍ୟ ବସ ଟର୍ମିନାଲ; ବସଷ୍ଟାଣ୍ଡରୁ ଆରମ୍ଭ ଉଚ୍ଛେଦ କାର୍ଯ୍ୟ

ଭୁବନେଦଶ୍ୱର : ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ଆଗକୁ ଆନ୍ତରାଜ୍ୟ ବସ ଟର୍ମିନାଲ ପାଲଟିବ। ନୂଆ ବସ ଟର୍ମିନାଲ ପାଇଁ ଆଜି ଠାରୁ ବରମୁଣ୍ଡା ବସଷ୍ଟାଣ୍ଡରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବିଡ଼ିଏ ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ୧୫.୦୫ ଏକର ସ୍ଥାନରେ ଆନ୍ତରାଜ୍ୟ ବସ ଟର୍ମିନାଲ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନୂଆ ବସ ଟର୍ମିନାଲରେ ବିଦ୍ୟୁତ ଶକ୍ତି ନିରବଚ୍ଛିନ୍ନ ଭାବେ ଯୋଗାଇ ଦିଆଯିବ। ଏହାସହ ଅଗ୍ନିନିର୍ବାପକ ଯନ୍ତ୍ର ସହ ଫାୟାର ଆଲାରାମ ବ୍ୟବସ୍ଥା କରାଯିବ। ସେହିପରି ସୋଲାର ପାୱାର ସିଷ୍ଟମ, ଇଣ୍ଟରନେଟ ଟେଲିକମ ସିଷ୍ଟମ ଭଳି ଅନ୍ୟାନ୍ୟ ସମସ୍ତ ସୁବିଧା କରାଯିବ ବୋଲି ସୂଚନା ମିଳିଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories