www.samajalive.in
Friday, December 12, 2025
14.1 C
Bhubaneswar

ହୀରାକୁଦ ଜଳଭଣ୍ଡାର ଜମିରେ ଆର୍ୟାନ୍‌‌ ଇସ୍ପାତ କମ୍ପାନୀର ରାସ୍ତା ନିର୍ମାଣ, ପ୍ରଶାସନ ଚୁପ

ରେଙ୍ଗାଲି: ଦେଶର ସର୍ବପ୍ରଥମ ବହୁମୁଖୀ ଯୋଜନାରେ ନିର୍ମିତ ହୀରାକୁଦ ନଦୀ ବନ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ହୀରାକୁଦ ଜଳ ଭଣ୍ଡାରର ପାଣି ଏବଂ ଜମି ଉପରେ ଶିଳ୍ପାନୁଷ୍ଟାନ ଗୁଡିକର ଜବର ଦଖଲ ପ୍ରକ୍ରିୟା ବେଧଡକ ଚାଲିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ, ଜଳସମ୍ପଦ ବିଭାଗ ଏଥିରେ ଅଙ୍କୁଶ ଲଗାଇବାରେ ବିଫଳ ଏବଂ ଅସହାୟ ହେଉଥିବା ଦେଖିବାକୁ ମିଳୁଛି। ଏପରିକି ବିଗତ ବର୍ଷରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରି ଭାଙ୍ଗିଦେଲା ପରେ ମଧ୍ୟ କାରଖାନା କର୍ତ୍ତୃପକ୍ଷ ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ଖାତିର ନକରି ପୁଣି ନିର୍ମାଣ କାର୍ଯ୍ୟ କରିଥିବା ଦେଖିବାକୁ ମିଳୁଛି।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ବମାଲୋଇ ମୌଜା ଫୁଳଚାଙ୍ଗେର ଠାରେ ପ୍ରତିଷ୍ଠିତ ଆର୍ୟାନ ଇସ୍ପାତ୍‌‌ କର୍ତ୍ତୃପକ୍ଷ ହୀରାକୁଦ ଜଳଭଣ୍ଡାର ଜମି ଜବର ଦଖଲ କରି ରାସ୍ତା ନିର୍ମାଣ କରିଥିବା ନେଇ ସ୍ୱେଚ୍ଛାସେବୀ ହେମନ୍ତ ରାଉତ ୨୩/୧୦/୨୦୦୯ ଦିନ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ରେଙ୍ଗାଲି ତହସିଲଦାର, ପୁଲିସ ଏବେଂ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ୧୬/୧୧/୨୦୦୯ ଦିନ ଜବରଦଖଲ ଜମିର ସୀମା ଚିହ୍ନଟ କରାଯାଇଥିବା ସମୟରେ ଜଳଭଣ୍ଡାର ଜମିରେ କମ୍ପାନୀ ନିଜର ସୁଇଚ୍‌‌ ୟାର୍ଡକୁ ରାସ୍ତା ଏବଂ ପାଚେରୀ ନିର୍ମାଣ କରିଥିବା ଜଣାପଡ଼ିଥିଲା। ପରେ କମ୍ପାନୀ ଦ୍ୱାରା ନିର୍ମିତ ପାଚେରୀ ଏବଂ ସୁଇଚ୍‌‌ ୟାର୍ଡକୁ ସଂଯୋଗ ପାଇଁ ନିର୍ମାଣ ହୋଇଥିବା ମାଟି ରାସ୍ତାକୁ କାଟି ଦିଆଯାଇଥିଲା। କିନ୍ତୁ କ୍ଷୋଭର ବିଷୟ ଯେ ତତ୍କାଳିନ ତହସିଲଦାରଙ୍କ ଦ୍ୱାରା ଜବରଦଖଲ ଉଚ୍ଛେଦ କରି କଟା ଯାଇଥିବା ମାଟି ରାସ୍ତା ଉପରେ ପୁଣି ମାଟି ଭର୍ତ୍ତି କରି ରାସ୍ତା ନିର୍ମାଣ କରାଯାଇ ଉକ୍ତ ରାସ୍ତାରେ ବେଧଡକ କମ୍ପାନୀର ଭାରିଯାନ ଚଳାଚଳ କରୁଛି ବୋଲି ସଚେତନ ନାଗରିକ ମହଲରେ ଅଭିଯୋଗ ହେଉଛି। ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବରେ ଏହି ଜବରଦଖଲ ହୋଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ, ଜଳ ସମ୍ପଦ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ନୀରବ ଦ୍ରଷ୍ଟା ସାଜିଥିବା ଚରମ ବିଡମ୍ବନା ବିଷୟ ଅଟେ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories