ତିଗିରିଆ: ଖରା ଛୁଟିରେ ଶିଶୁମାନଙ୍କର ପାଠ ପ୍ରତି ରୁଚି ରହିବା ପାଇଁ ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ପ୍ରୟାସ ଜାରି ରହଛି। ଏହି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ମଞ୍ଚ ପକ୍ଷରୁ ମଙ୍ଗଳବାର ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡା ପଞ୍ଚାୟତର ଅଚଳକୋଟ ଗ୍ରାମର ଭାଗବତ ଟୁଙ୍ଗୀ ଠାରେ ଛୋଟ ଶିଶୁମାନଙ୍କୁ ଶିକ୍ଷଣୀୟ ପୁସ୍ତକ ବଣ୍ଟନ କରାଯାଇଥିଲା। ମଞ୍ଚର ସଭାପତି ତଥା ସାମାଜସେବୀ ମାନସ ବସ୍ତିଆ ଶିଶୁ ମାନଙ୍କୁ ପୁସ୍ତକ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ବିକାଶ ମଞ୍ଚର ସଦସ୍ୟ ପ୍ରଦ୍ୟୁମ୍ନ ଦାଶ ଓ ଜିତେନ୍ଦ୍ର ସାହୁ ସହଯୋଗ କରିଥିଲେ।
Popular Categories



