ଗୌହାଟି : ଆସାମର ଗୁଆହାଟୀର ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ୩ୟ ସଂସ୍କରଣର ସାଇକେଲ ଚାଳନା ବିଭାଗରେ ଓଡ଼ିଶାର ସ୍ବସ୍ତି ସିଂହ ଓଭରଅଲ୍ ରନର୍ସଅପ ହୋଇଛନ୍ତି। ସ୍ବସ୍ତି ୨୧ ବର୍ଷରୁ କମ୍ ରୋଡ ସାଇକେଲ ୬୦ କିଲୋମିଟର ରେସିଂର ରୌପ୍ୟ ଓ ୭.୫ କିଲୋମିଟର ଟ୍ରାକ୍ ସ୍କ୍ରାଚ୍ ରେସରେ ସ୍ବର୍ଣ୍ଣ ଓ ବ୍ୟକ୍ତିଗତ ପର୍ସ୍ୟୁଟ୍ରେ ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ସେହିପରି ୨୧ ବର୍ଷରୁ କମ୍ ବାଳକ ୩୦କିମି ରୋଡ ସାଇକଲ ଇଭେଣ୍ଟରେ ଦିନେଶ କୁମାରଙ୍କ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ସ୍ବସ୍ତି ଗୁରୁବାର ଓଭରଅଲ୍ ଟ୍ରଫି ଗ୍ରହଣ କରିଛନ୍ତି। ଏହି ଅବସରରେ ଓଡ଼ିଶା ସାଇକେଲ ଚାଳନା ଆସୋସିଏସନ ସମ୍ପାଦକ ବିଜୟ କୁମାର ରାଉତ, ସାଇକେଲିଂ ଫେଡେରେଶନ ଅଫ ଇଣ୍ଡିଆର ନିର୍ଦେଶକ ଭି.ଏନ୍ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



