ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଡ଼ା ବଜାରରେ ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି। ସୋମବାର ସକାଳେ ଅଡ଼ା ବଜାର ଦେଇ ଦୁଇ ଯୁବକ ବାଇକରେ ଚୋରା ଦେଶୀ ମଦ ନେଇ ଯାଉଥିବା ବେଳେ ଅନ୍ୟ ଗାଡ଼ି ସହ ଧକ୍କା ହୋଇଥିଲା। ଧକ୍କା ହେବା ଫଳରେ ବଚସା ସୃଷ୍ଟି ହୋଇଥିଲା। ବଚସା ହେବାରୁ ସ୍ଥାନୀୟବାସିନ୍ଦା ଉତ୍ତ୍ୟକ୍ତ ହୋଇ ଉକ୍ତ ଚୋରା ମଦ ବେପାର କରୁଥିବା ଦୁଇ ଯୁବକଙ୍କୁ ସେହି ମଦକୁ ପିଆଇଥିଲେ। ଏହା ପରେ ଉକ୍ତ ଦୁଇ ଯୁବକ ଭୁଲ ମାଗିବା ପରେ ତାଙ୍କୁ ଛାଡ଼ିଥିଲେ। ସୂଚନା ଅନୁଯାୟୀ, ସିମୁଳିଆ ଖଇରା ଅଞ୍ଚଳରେ ବ୍ୟାପକ ଚୋରା ବେପାର ହେଉଥିବାରୁ ଅଭିଯୁକ୍ତଙ୍କ ପ୍ରତି ପୁଲିସ ଶକ୍ତ ପଦକ୍ଷେପ ନନେଉଥିବାରୁ ସ୍ଥାନୀୟ ବାସିନ୍ଦା ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ଚୋରା ମଦ ବେପାରୀଙ୍କୁ ମଦ ପିଆଇଲେ ସ୍ଥାନୀୟ ବାସିନ୍ଦା
Popular Categories



