OMC 1 banner

ମଙ୍ଗୁ ମଠ ଭଙ୍ଗାଯିବା ନେଇ ଯେଉଁ ଭୁଲ ବୁଝାମଣା ଥିଲା ତାହା ଦୂର ହୋଇଛି ; ସମରଜିତ ସିଂହ

ଭୁବନେଶ୍ୱର : ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବା ପ୍ରସଙ୍ଗରେ ସୋମବାର ରାଜ୍ୟ ସରକାରଙ୍କ ସହ ପଞ୍ଜାବୀ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଶିଖ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ଏହାପରେ ପ୍ରତିନିଧି ଦଳର ମୁଖ୍ୟ ବିଧାୟକ ସମରଜିତ ସିଂହ କହିଛନ୍ତି ଯେ, ମଠ ଭଙ୍ଗା ନେଇ ଯେଉଁ ଭୁଲ ବୁଝାମଣା ଥିଲା, ତାହା ଦୂର ହୋଇଛି। ଓଡ଼ିଶା ସରକାର ମଙ୍ଗୁ, ପଞ୍ଜାବୀ, ବଲି ମଠର ପୁନରୁଦ୍ଧାର କରିବେ। ଏ ସବୁ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ କରାଯାଉଛି। ସୂଚନା ଯୋଗ୍ୟ, ମଙ୍ଗୁ ମଠ ଭଙ୍ଗାଯିବା ପ୍ରତିବାଦରେ ରବିବାର ଭୁବନେଶ୍ୱରରେ ଶିଖ୍‍ ସମାଜ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା। ଏଥିରେ ପଞ୍ଜାବର ୨ ଜଣ ବିଧାୟକ ସାମିଲ ହୋଇଥିଲେ।

Comments are closed.