www.samajalive.in
Monday, December 8, 2025
27.1 C
Bhubaneswar

ନୂଆ ବର୍ଷରେ ପରଦାକୁ ଆସିବେ ଅକ୍ଷୟ ଖନ୍ନା

ମୁମ୍ବଇ: ଚଳିତ ଦିନରେ ପରଦାରେ ଏତେଟା ନଜର ଆସୁ ନ ଥିବା ବଲିଉଡ଼ ଅଭିନେତା ଅକ୍ଷୟ ଖନ୍ନା ନୂଆ ବର୍ଷ ଅବସରରେ ଏକ ନୂଆ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି। ତାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ସବ୍‍ କୁଶଲ୍‍ ମଙ୍ଗଲ୍‍’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବ୍ୟତୀତ ପ୍ରିୟାଙ୍କ ଶର୍ମା ଓ ରିବା କିଶନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ପ୍ରିୟାଙ୍କ ଓ ରିବା ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼ରେ ପାଦ ଥାପିବେ। ପ୍ରିୟାଙ୍କ ହେଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ଓ ରବି କିଶନଙ୍କ ଝିଅ ହେଉଛନ୍ତି ରିବା। ‘ସବ୍‍ କୁଶଲ୍‍ ମଙ୍ଗଲ୍‍’ ଜାନୁଆରୀ ପ୍ରଥମ ସପ୍ତାହରେ ପରଦାକୁ ଆସିବ। ନିକଟରେ ଏକ ସାକ୍ଷାତକାରରେ କଳାକାରମାନେ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିଥିଲେ।

ଅକ୍ଷୟଙ୍କ କହିବାନୁସାରେ, ଏହା ଏକ ରୋମାଣ୍ଟିକ୍‍ କମେଡ଼ି ତଥା ପାରିବାରିକ ଚଳଚ୍ଚିତ୍ର। ତିନିଟି ଚରିତ୍ର ଉପରେ ଗୁରୁତ୍ୱ ଦେଇ ଏହାର କାହାଣୀ ଲେଖାହୋଇଛି। ଅକ୍ଷୟ ଚଳଚ୍ଚିତ୍ରର ନବାଗତ କଳାକାରଙ୍କର ମଧ୍ୟ ପ୍ରଶଂସା କରିଛନ୍ତି। କରଣ ବିଶ୍ୱନାଥ କଶ୍ୟପ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories