ସମ୍ବଲପୁର: ଲୌହ ମାନବ ରୂପେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ଅବସରରେ ସାରା ଦେଶରେ ଜାତୀୟ ଏକତା ଦିବସ ପାଳନ କରାଯାଉଛି। ଏହି କ୍ରମରେ ରାଷ୍ଟ୍ରୀୟ ଏକତା ଦିବସ ୨୦୨୩ ଅବସରରେ ‘ରନ ଫର ୟୁନିଟି’ ର ଆୟୋଜନ ଡାକ ବିଭାଗର ସମ୍ବଲପୁର ମଣ୍ଡଳ ତରଫରୁ କରାଯାଇଥିଲା। ଜାତୀୟ ଏକତା ପାଇଁ ଶପଥ ପାଠ କରିବା ପରେ ସକାଳ ସାଢ଼େ ୬ଟାରେ ଏକତା ପାଇଁ ଦୌଡ ର ଆୟୋଜନ କରାଯାଇଥିଲା। ଡାକ ମଣ୍ଡଳ କାର୍ଯ୍ୟାଳୟରୁ ଏହି ଦେଇ ଗୋଲବଜାର, ଲକ୍ଷ୍ମୀ ଟକିଜ ଛକ, ଭିଏସଏସ ମାର୍ଗ, ଜେଲ ଛକ ଦେଇ ଶହୀଦ ସ୍ତମ୍ଭ ଠାରେ ସମ୍ପନ୍ନ ହୋଇଥିଲା। ସର୍ଦ୍ଦାର ପଟେଲଙ୍କ ଜନ୍ମ ଦିବସକୁ ସ୍ମରଣୀୟ କରିବା ସହିତ ଏକତା ଓ ଏକୀକରଣର ବାର୍ତ୍ତା ଦେବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶକୁ ସ୍ୱାଧିନତା ପରେ ଏକତ୍ରିକରଣରେ ଅତୁଳନୀୟ ଅବଦାନକୁ ମନେ ରଖିବା ଉଚିତ ବୋଲି ବକ୍ତା ମାନେ କହିଥିଲେ। ଡାକ ମଣ୍ଡଳ ଅଧିକ୍ଷକ ବିପିନ ବିହାରୀ ନେଗି, ସତ୍ୟବ୍ରତ ଗହାନ, ନିରଞ୍ଜନ ନାରାୟଣ ସତ୍ୟପାଠୀ, ଯାଦବଶ୍ୱର ଗାରନାୟକ, ସ୍ମିତା ମହାପାତ୍ରଙ୍କ ସମେତ ଡାକ ଅଧିକାରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
Popular Categories



