www.samajalive.in
Monday, December 8, 2025
27.1 C
Bhubaneswar

ପୂଣ୍ୟତିଥିରେ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଜିଲ୍ଲା କଂଗ୍ରେସ

ଫୁଲବାଣୀ: ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୩୯ ତମ ପୂଣ୍ୟତିଥି ଅବସରରେ ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସ୍ଥାନୀୟ ମାଦିକୁନ୍ଦା ଛକଠାରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଦଳୀୟ ନେତା ଓ କର୍ମୀ ମାନେ ସମବେତ ହୋଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଇନ୍ଦିରାଙ୍କ ସ୍ମୃତି ଚାରଣ କରିଥିଲେ। ଦେଶ ପାଇଁ ତାଙ୍କର ବଳିଦାନ ସବୁ ଦିନ ପାଇଁ ଅମର ରହିବ ବୋଲି କହିଥିଲେ ଜିଲ୍ଲା ସଭାପତି ଅନାମ ନାୟକ। ଏହି କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ପ୍ରବକ୍ତା ଘନ କୁମାର ଶବର, ନଗର ସଭାପତି ଶିବ ଶଙ୍କର ବେହେରା, ବରିଷ୍ଠ ନେତା ହେମନ୍ତ କର,ବିଜୟ କୁମାର ମହାନ୍ତି, ସଂସାର ଭୋଇ, ସୂର୍ୟ୍ୟକାନ୍ତ ଦାସ,ଥୋମାସ ପ୍ରଧାନ, ସଞ୍ଜୟ କହଁର, ଗୌର ଚରଣ ବେହେରା, ବଳଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories