www.samajalive.in
Saturday, December 13, 2025
26.1 C
Bhubaneswar

ପାଟଣାରେ ଲକ୍ଷ୍ମୀପୂଜା ମହୋତ୍ସବ

ପାଟଣା: ପାଟଣା କୁମାର ଉତ୍ସବ କମିଟି ତରଫରୁ ଗଜ ଲକ୍ଷ୍ମୀପୂଜା ଆଜିଠାରୁ ଧୁମଧାମରେ ଅନୁଷ୍ଠିତ ହେଉଛି। ଏଠାରେ ଲକ୍ଷ୍ମୀପୂଜା ଚଳିତ ବର୍ଷ ୫୩ ତମ ବର୍ଷରେ ପଦାର୍ପଣ କରିଥିବାରୁ କମିଟି ପକ୍ଷରୁ ଧୁମଧାମରେ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିଶେଷ ଆକର୍ଷଣ ରଖିଛି। ଚନ୍ଦ୍ରଗ୍ରହଣ କାରଣରୁ ଆଜି ନିର୍ଦ୍ଧାରିତ ସମୟ ମଧ୍ୟରେ ପୂଜା ଆରମ୍ଭ କରାଯାଇଥିଲା। ବୈତରଣୀରୁ କଳସ ଯାତ୍ରା ମଣ୍ଡପକୁ ଅଣାଯିବା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ଛଡ଼ା ପାଟଣା ମୁଖ୍ୟାଳୟର ସାଧୁପଡା, ସଅଁରାପଶି, ପୁଟୁଳିଆ, ଟାଙ୍ଗରପଡା, କୁଆପଶି, କୁଣ୍ଡଳା, ତୁରୁମୁଙ୍ଗା, କେନ୍ଦେଇପଶି, ଖିରେଇଟାଙ୍ଗିରି, ମୁରୁସୁଆଁ, ଡେଣୁଆ ଓ ବହୁ ଗ୍ରାମରେ ଲକ୍ଷ୍ମୀପୂଜା ଧୁମଧାମରେ ପାଳନ କରାଯାଉଛି।

ଢେଙ୍କିକୋଟ ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୫୧ ତମ ଗଜଲକ୍ଷ୍ମୀ ପୂଜା ଯଥାବିଧି ଅନୁଷ୍ଠିତ ହୋଇଛି। ସୁଦୃଶ୍ୟ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ଲକ୍ଷ୍ମୀ ମଣ୍ଡପରେ ଆକର୍ଷଣୀୟ ସାଜସଜା ଓ ତୋରଣ ନିର୍ମାଣ ସହ ପୂଜା କାର୍ଯ୍ୟ କରାଯାଇଛି। ଏଠାରେ ପାର୍ଶ୍ଵ ବାରୁଆଳି ଦେଖିବାକୁ ଦର୍ଶକଙ୍କ ଆଗ୍ରହ ପରିଲକ୍ଷିତ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories