BJD Bijuli 480×75 Mob

ଛାତ୍ରଙ୍କୁ ଅଜଣା ଯୁବକଙ୍କ ମାଡ଼କୁ ନେଇ ସ୍କୁଲରେ ଉତ୍ତେଜନା

BJD Bijuli 480×75 Mob

ବାଲେଶ୍ୱର : ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ମଙ୍ଗଳପୁର ଶାସନବାଡ଼ରେ ଥିବା ଏକ ସ୍କୁଲର ଜଣେ ଛାତ୍ରଙ୍କୁ ଅଜଣା ଯୁବକ ଉଠାଇ ନେଇ ମାଡ ମାରିଥିବା ଭଅିଯୋଗ ହୋଇଛି। ଘଟଣାକୁ ନେଇ ଶନିବାର ସ୍କୁଲରେ ଉତ୍ତେଜନା ସୃଷ୍ଟି ହୋଇଛି। ସୂଚନା ଯୋଗ୍ୟ, ଶୁକ୍ରବାର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ୨ ଜଣ ଅଜଣା ଯୁବକ ଉଠାଇ ନେଇଥିଲେ। ଏକ ଗଛମୂଳରୁ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ୨ ଅଜଣା ଯୁବକ ତାଙ୍କୁ ପ୍ରବଳ ମାଡ଼ ମାରିଥିବା ଆହତ ଛାତ୍ର ଜଣଙ୍କ କହିଥିଲେ। ସ୍କୁଲ ପକ୍ଷରୁ ଘଟଣା ସମ୍ପର୍କରେ ପରିବାରକୁ ଜଣା ଯାଇନଥିବାରୁ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡ଼ିଛି।

Comments are closed.